ବିଜେଡି ବନାମ ବିଜେଡି : ମହାନଦୀ ବିବାଦ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡିର ୨ବରିଷ୍ଠ ନେତା

31

କନକ ବ୍ୟୁରୋ : ଦାମଙ୍କୁ ଦେବାଶିଷଙ୍କ ଜବାବ । ବିଜେଡି ବନାମ ବିଜେଡି । ମହାନଦୀ ବିବାଦ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡିର ୨ ବରିଷ୍ଠ ନେତା । ଗୋଟିଏ ପଟେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ ଅନ୍ୟପଟେ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ । ଦାମଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଦେବାଶିଷ କହିଛନ୍ତି , ଦାମ ଏଭଳି ମନ୍ତବ୍ୟ ଦେବା ଠିକ ହୋଇନାହିଁ । ଦଳକୁ କ୍ଷତି ପହଚାଂଇବା ଭଳି ମନ୍ତବ୍ୟ ଦେଇଥାନ୍ତି ଡାକ୍ତର ଦାମୋଦର ରାଉତ । ଏଭଳି ଅଭିଯୋଗ ଆଣିଛନ୍ତି ଦେବାଶିଷ ସାମନ୍ତରାୟ । ଛତିଶଗଡର ଚିଠି ହଜିବା ପ୍ରସଙ୍ଗରେ ଦାମ କହିଥିଲେ , କାହାକୁ ବିଶ୍ୱାସ କରିବୁ । ଛତିଶଗଡ ନା ଓଡିଶାକୁ । ଏହି ମନ୍ତବ୍ୟ ଉପରେ ଦେବାଶିଷ ଆହୁରି ମଧ୍ୟ କହିଛନ୍ତି ଆବଶ୍ୟକ ପଡିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ।