ଭର୍ତୃହରିଙ୍କ ଦଳୀୟ ନେତାଙ୍କୁ ଅସରପା ଓ ଚଢେଇ ମନ୍ତବ୍ୟକୁ ନେଇ ବିଜେଡିରେ ଝଡ ! କଡା ପ୍ରତିକ୍ରିୟା ରଖିଲେ ବିଧାୟକ ଦେବାଶିଷ ସାମନ୍ତରାୟ

51

କନକ ବ୍ୟୁରୋ: ଭର୍ତୃହରିଙ୍କ ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ । କହିଲେ, ସେ ପୂର୍ବରୁ ଦେଇଥିବା ମନ୍ତବ୍ୟକୁ ଏବେ ବି ସମର୍ଥନ କରୁଛନ୍ତି । ଭର୍ତୃହରି ନିଜ ଲେଖା ମାଧ୍ୟମରେ ଦଳକୁ ପରାମର୍ଶ ନୁହେଁ ଭାଙ୍ଗିବାକୁ ଚାହୁଁଥି୍ବା କହିଛନ୍ତି ଦେବାଶିଷ ।

ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଭର୍ତୃହରିଙ୍କ ଲେଖାକୁ ପସନ୍ଦ କରନ୍ତି ନାହିଁ । ଯେଉଁ ମାନେ ଦଳରୁ ବିତାଡିତ ହୋଇଛନ୍ତି ସେମାନଙ୍କର ସ୍ଥିତି ଏବେ ଯାହା ତାହା ସମସ୍ତେ ଜାଣନ୍ତି । ତେଣୁ ଭର୍ତୃହରି ମଧ୍ୟ ୨୦୧୯ ଅପେକ୍ଷା କରନ୍ତୁ ନିଜ ସ୍ଥିତି ନିଜେ ଜାଣିପାରିବେ ବୋଲି କଡା ଭାଷାରେ କହିଛନ୍ତି ଦେବାଶିଷ ସାମନ୍ତରାୟ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –