ଦେବଗଡରେ ଦବିଗଲା ବ୍ରିଜ : ଏନଏଚ ୪୯କୁ ଯୋଗାଯୋଗ ବିଚ୍ଛିନ୍ନ

32

ଦେବଗଡ : ଦେବଗଡରେ ଦବିଗଲା ପୋଲ । ବଣିଆ କିଲିଂଡାରେ କେନାଲ ବ୍ରିଜ ଦବି ଯାଇଛି । ବର୍ଷା ପାଣି ଯୋଗୁଁ ଦେବଗଡ ସହର ଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ବେଙ୍ଗସୁଳା କେନାଲ ପୋଲ ଦବି ଯାଇଛି । ଏନଏଚ ୪୯କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ, କୋଲକାତାରୁ ମୁମ୍ବାଇକୁ ଗାଡି ଚଳାଚଳ ବନ୍ଦ ରହିଛି । ପୋଲଟି ବହୁ ପୂରୁଣା ହୋଇଥିବାରୁ ଦବି ଯାଇଛି । ତେବେ ଗତକାଲି ସଂଧ୍ୟାରୁ ଦେବଗଡରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ପୋଲର ମଝି ପିଲାର ଭାଙ୍ଗି ଯାଇଥିବାରୁ ପୋଲଟି ଦବି ଯାଇଛି ।