ଏବେ ବି ମିଳୁନି କାଠଯୋଡିରେ ଡେଇଁପଡିଥିବା ଯୁବକ ଦେବବ୍ରତଙ୍କ ପତା । ଲଗାତାର ତୃତୀୟ ଦିନ ପାଇଁ ସର୍ଚ୍ଚ ଅପରେସନ ଜାରି

ବୁଧବାର ଦିନ ସ୍ତ୍ରୀ ଓ ପୁଅକୁ ଛାଡି ନଦୀ ଭିତରକୁ ଡେଇଁପଡିଥିଲେ ଦେବବ୍ରତ

485

କନକ ବ୍ୟୁରୋ: ଏବେ ବି ମିଳୁନି କାଠଯୋଡିରେ ଡେଇଁପଡିଥିବା ଯୁବକ ଦେବବ୍ରତ ପତା । ତିନି ଦିନ ବିତି ଯାଇଥିଲେ ମଧ୍ୟ ଦେବବ୍ରତଙ୍କ ପତା ମିଳୁନି । ଲଗାତାର ତୃତୀୟ ଦିନ ପାଉଁ ସର୍ଚ୍ଚ ଅପରେସନ ଜାରି ରହିଛି । ଓଡ୍ରାଫ, ଅଗ୍ନିଶମ ଟିମ୍ ଏବଂ ସ୍କୁବା ଡାଇଭର ପାଣି ଭିତରେ ବୁଡି ଖୋଜାଖୋଜି ଜାରି ରଖିଥିଲେ ସୁଦ୍ଧା ନିଖୋଜ ଦେବଦତଙ୍କ ପତା ମିଳିପାରୁନାହିଁ । ୪ ଟି ୱାଟର ବୋଟରେ ୪୦ରୁ ଅଧିକ ଉଦ୍ଧାରକାରୀ ଆଉ ତାସହ ଅଭିଜ୍ଞ ସ୍ୱୁବା ଡାଇଭର ପାଣି ଭିତରେ ପଶି ଘଂଟା ଘଂଟା ଧରି ଅନବରତ ପ୍ରୟାସ କରିଥିଲେ ସୁଦ୍ଧା ତାଙ୍କର କୌଣସି ପତା ମିଳିପାରିନାହିଁ ।

ବୁଧବାର ସ୍ତ୍ରୀ ଓ ପୁଅକୁ ପୋଲ ଉପରେ ଛାଡି ସେମାନଙ୍କ ସାମନାରେ ନଦୀ ଭିତରକୁ ଡେଇଁପଡିଥିଲେ ଦେବବ୍ରତ । ଦେବବ୍ରତଙ୍କ ଘର ନିଆଳି ଅଂଚଳରେ ହୋଇଥିବାବେଳେ ସେ ପୁଅ ଓ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ କଟକ ଆସୁଥିଲେ ।  ପାରିବାରିକ କଳହଯୋଗୁଁ ସେ କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି ।