ଘୁଂଚିଲା ଫାଶୀ ଦଣ୍ଡାଦେଶ ତାରିଖ । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ନିର୍ଭୟା ମାମଲା ଶୁଣାଣି ଘୁଞ୍ଚିଲା। ଆସନ୍ତା ୧୮ରେ ହେବ ‘ଡ଼େଥ ୱାରେଂଟି’ର ପରବର୍ତ୍ତୀ ଶୁଣାଣି

1,038

କନକ ବ୍ୟୁରୋ: କେବେ ମିଳିବ ନିର୍ଭୟା ଦୋଷୀଙ୍କୁ ଫାଶୀ । ଆଜି ଦିଲ୍ଲୀ ପଟିୟାଲା କୋର୍ଟ ଏହି ମାମଲାର ଶୁଣାଣୀକୁ ଘୁଂଚାଇଛନ୍ତି । ୧୭ ଡ଼ିସେମ୍ବରରେ ପୁର୍ନବିଚାର ଆବେଦନ ଶୁଣାଣୀ ପରେ ଫାଶୀ ଦଣ୍ଡାଦେଶର ତାରିଖ ଉପରେ ଶୁଣାଣୀ ହେବ ବୋଲି କହିଛନ୍ତି ପଟିୟାଲା ହାଉସ କୋର୍ଟ । ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟଙ୍କ ପୁର୍ନବିଚାର ଆବେଦନକୁ ନେଇ ପଟିୟାଲ କୋର୍ଟ ଏହି ଶୁଣାଣିକୁ ଘୁଂଚାଇଛନ୍ତି ।

ଘୁଂଚିଲା ଫାଶୀ ଦଣ୍ଡାଦେଶ ତାରିଖ । ଫାଶୀ ଦଣ୍ଡାଦେଶର ଶୁଣାଣିକୁ ନେଇ ତାରିଖ ବଦଳାଇଲେ ପଟିୟାଲ ହାଉସ କୋର୍ଟ । ୧୭ ତାରିଖରେ ପୁର୍ନବିଚାର ଆବେଦନ ଶୁଣାଣି ହେବା ପରେ ୧୮ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟଙ୍କ ପୁର୍ନବିଚାର ଆବେଦନକୁ ନେଇ ପଟିୟାଲ କୋର୍ଟ ଏହି ଶୁଣାଣିକୁ ଘୁଂଚାଇଲେ । ତେବେ ନିର୍ଭୟାଙ୍କ ମା’ ଦୋଷୀଙ୍କ ପାଇଁ ‘ଡ଼େଥ ୱାରେଂଟି’ ଜାରି କରିଥିଲେ । ଯାହାର ଶୁଣାଣୀ ଆଜି ପଟିୟାଲା କୋର୍ଟରେ ରଖାଯାଇଥିଲା ।

ହେଲେ ୧୭ ଡ଼ିସେମ୍ବରରେ ସୁପ୍ରିମକୋର୍ଟ ଅକ୍ଷୟଙ୍କ ପୁର୍ନବିଚାର ଆବେଦନ ଉପରେ ଶୁଣାଣି କରିବେ । ଏହା ପରେ ୧୮ ଡ଼ିସେମ୍ବରରେ ‘ଡ଼େଥ ୱାରେଂଟି’ ଉପରେ କୋର୍ଟଙ୍କ ଶୁଣାଣୀ ହେବ । ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତଙ୍କୁ ଭିଡ଼ିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା । ନିର୍ଭୟା ମାମଲାର ଓକିଲ କହିଥିଲେ ଫାଶୀଦଣ୍ଡାଦେଶ ତାରିଖ ଧାର୍ଯ୍ୟ ହେବା ଉଚିତ । ଦୋଷୀଙ୍କୁ କେବେ ଫାଶୀଦଣ୍ଡ ମଳିବ ବୋଲି ନିର୍ଭୟାଙ୍କ ମା’ କୋର୍ଟଙ୍କୁ କାନ୍ଦି କାନ୍ଦି ପ୍ରଶ୍ନ କରିଥିଲେ ।