ଇଣ୍ଡୋନେସିଆରେ ତାଣ୍ଡବ ରଚିଲା ପ୍ରକୃତି ! ଭୂକମ୍ପ ପରେ ସୁନାମୀ ଯୋଗୁଁ ୧୮ ଫୁଟ୍ ଉଠିଗଲା ସମୁଦ୍ର, ବୁଡିଲା ସହର, ଭସାଇନେଲା ଘରଦ୍ୱାର ।

61

କନକ ବ୍ୟୁରୋ : ସୁନାମୀର ଦେଶ ଭାବେ ପରିଚିତ ଇଣ୍ଡୋନେସିଆ, ପୁଣି ସାମ୍ନା କରିଛି ଏକ ଭୟଙ୍କର ସୁନାମୀକୁ । ପ୍ରଥମେ ଭୂକମ୍ପ ଏବଂ ପରେ ଆସିଥିବା ସୁନାମୀ, ଦେଶରେ ମହାପ୍ରଳୟ ଆଣିଛି । ୭ ଦଶମିକ ୭ ତୀବ୍ରତାର ଭୂକମ୍ପ ଏବଂ ସୁନାମୀରେ ୧୮ ଫୁଟର ଜୁଆର ସବୁ ଛାରଖାର କରିଦେଇଛି । ମିଳିଥିବା ସୂଚନା ଅନୁସାରେ ଏଯାଏଁ ୩ ଶହ ୮୪ ଜଣଙ୍କ ମୃତ୍ୟୁ ହେଲାଣି । ଅନେକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ସୁନାମୀରେ ସଂପୂର୍ଣ୍ଣ ବୁଡିଯାଇଛି ଇଣ୍ଡୋନେସିଆର ‘ପାଲୁ’ ସହର । ସୁନାମୀ ପ୍ରଭାବିତ ଅଂଚଳରେ ଏବେ ଜୋରଦାର ହୋଇଛି ଉଦ୍ଧାରକାର୍ଯ୍ୟ ।

ଇଣ୍ଡୋନେସିଆରେ ସୁନାମିର ମହାପ୍ରଳୟ । ଭୂକମ୍ପ ପରେ ବିପର୍ଯ୍ୟୟ ଆଣିଲା ଭୟଙ୍କର ସୁନାମୀ । ଜନବସତିକୁ ମାଡି ଆସୁଛି ସମୁଦ୍ର । ବିଶାଳ ଢେଉ ଗର୍ଜନ କରି ଭସାଇ ନେଉଛି ସହରକୁ । ଆଖି ପିଛୁଳାକେ ପାଣିର ସୁଅରେ ଭାସିଯାଉଛି ସବୁକିଛି । ବଡ ବଡ ବିଲଡିଂ, ଗାଡି ମୋଟର , ଘରଦ୍ୱାର ନିଶ୍ଚିହ୍ନ ହୋଇଯାଉଛି । ଶହ ଶହ ଲୋକଙ୍କ ଜୀବନ ଯାଇଛି । ଅନେକଙ୍କ ପତା ମିଳୁନି । ହଜାର ହଜାର ଘର ଭାସିଯାଇଛି ।

ମୃତ୍ୟୁର ତାଣ୍ଡବ ରଚିଲା ସୁନାମୀ । ଇଣ୍ଡୋନେସିଆରେ ହାହାକାର । ସୁନାମୀର ସହର ଇଣ୍ଡୋନେସିଆ, ସାମ୍ନା କରିଛି ପୁଣି ଏକ ଭୟଙ୍କର ସୁନାମୀକୁ । ସୁନାମୀ ପୂର୍ବରୁ ୭ ଦଶମିକ ୭ ତିବ୍ରତାର ଭୂକମ୍ପ ଦୋହଲାଇ ଦେଇଥିଲା ଇଣ୍ଡୋନେସିଆର ଦ୍ୱୀପ ସୁଲାୱେସୀକୁ । ଭୁଷୁଡିପଡିଥିଲା ବଡ ବଡ କୋଠା । ମାଟିରେ ମିଶିଯାଇଥିଲା ବିରାଟ ମସଜିଦ୍ । ସୁନାମୀ ନେଇ ସତର୍କତା ଜାରି ହେଲା । ଆଉ ଦେଖୁ ଦେଖୁ ମାଡି ଆସିଲା ପ୍ରଳୟଙ୍କରୀ ସୁନାମୀ । ଇଣ୍ଡୋନେସିଆର କେନ୍ଦ୍ରୀୟ ସୁଲାୱେସି ଓ ପଶ୍ଚିମ ସୁଲାୱେସି ତଥା ପାଲୁ ଅଂଚଳ ସୁନାମି ଦ୍ୱାରା ବ୍ୟାପକ ପ୍ରଭାବିତ ହୋଇଛି । ସାଢେ ୩ଲକ୍ଷ ଜନସଂଖ୍ୟାର ସହରର ବଦଳିଯାଇଛି ନକ୍ସା ।
ବିପର୍ଯ୍ୟୟର ଛାତିଥରା ଦୃଶ୍ୟ । ଶହ ଶହ ଜୀବନ ନେଲା ସୁନାମୀ । ଭୂକମ୍ପ ଓ ସୁନାମୀର ଭୟାବହତା ପୁଣି ମନେ ପକାଇଦେଇଛି ଅତୀତକୁ । ୨୦୦୪ରେ ପଶ୍ଚିମ ଇଣ୍ଡୋନେସିଆର ସୁମାତ୍ରାରେ ୯ ଦଶମିକ ୩ ତୀବ୍ରତାର ଭୂକମ୍ପ ହୋଇଥିଲା । ଏହାପରେ ଆସିଥିବା ସୁନାମୀରେ କେବଳ ଇଣ୍ଡୋନେସିଆରେ ୧ଲକ୍ଷ ୬୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।