ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୪୦କୁ ଛୁଇଁଲା

38

କନକ ବ୍ୟୁରୋ: ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ୫୦ରୁ ଅଧିକ ଯାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାଥମିକ ଚିକିତ୍ସା ପରେ ୧୫ ଯାତ୍ରୀ ଘରକୁ ଫେରିଛନ୍ତି ।

ଗୁରୁତର ୪୦ ଜଣଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି । ୧୯ ଗୁରୁତର ରାୟଗଡା ସରକାରୀ ଚିକିତ୍ସାଳୟ, ୧୨ଜଣ ପାର୍ବତିପୁରମ ମେଡିକାଲ ଓ ୯ ଜଣ ବିଶାଖାପାଟଣାର କିଙ୍ଗ ଜର୍ଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।