ଆଫଗାନିସ୍ତାନରେ ବରଫ ଅତଡା ଖସି ୧୦୦ ମୃତ ! ରାସ୍ତା ଜାମ ଯୋଗୁୁଁ ପହଂଚିପାରୁନି ଉଦ୍ଧାରକାରୀ ଦଳ

22

କନକ ବ୍ୟୁରୋ: ଆଫଗାନିସ୍ତାନର କେନ୍ଦ୍ର ଓ ଉତର ପୁର୍ବାଂଚଳ ଅଂଚଳରେ ଗତ ତିନିଦିନ ଧରି ବରଫ ଅତଡା ଖସି ପ୍ରାୟ ୧୦୦ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଗୋଟିଏ ଗାଁର କେବଳ ୫୦ ଜଣ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଜୋରରେ ବରଫ ଅତଡା ଖସି ରାସ୍ତାଘାଟ ଜାମ ହୋଇଯାଇଛି । ଯାହାଫଳରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଚିଂପାରୁନଥିବାର ଜଣାପଡିଛି । ଆଫଗାନିସ୍ଥାନର ଜଣେ ଅଧିକାରୀ କହିଛନ୍ତି ଯେ ବରଫ ଅତଡା ଖସି ବାର୍ଗମଟକଲ ଜିଲାର ୨ଟି ଗାଁ ବରଫ ତଳେ ପୋତିହୋଇଯାଇଛି ।