ଫେସବୁକରେ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାରିବାକୁ ଧମକ ଦେଲେ ଯୁବକ! ଥାନାରେ FIR ଦାୟର କଲେ ବିଜେପି ବିଧାୟକ

27

ମୋଦିଙ୍କୁ ଗୁଳି ମାରିବାକୁ ଧମକ । ଗାଜିଆବାଦରେ ରହୁଥିବା ଜଣେ ବ୍ୟକ୍ତି ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଳି ମାରିବାକୁ ଧମକ ଦେଇଛନ୍ତି । ଫେସବୁକରେ ଖୋଲାଖୋଲି ଭାବେ ସେ ଏଭଳି ପୋଷ୍ଟ କରିଛନ୍ତି । ତେବେ ଧମକ ଦେଇଥିବା ଅଭିଯୁକ୍ତଙ୍କ ବିରୋଧରେ ବିଜେପି ବିଧାୟକ ନନ୍ଦ କିଶୋର ଗୁଜ୍ଜର ଏକ ମାମଲା ଦାୟର କରିଛନ୍ତି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ବିଜେପି ବିଧାୟକ ନନ୍ଦ କିଶୋର ଗୁଜ୍ଜରଙ୍କ ଏକ ଫେସବୁକ୍ ପୋଷ୍ଟ ଉପରେ ଏଭଳି ଟିପ୍ପଣୀ ଦେଇଛନ୍ତି । ନଦୀମ ଖାନ ନାମକ ଜଣେ ବ୍ୟକ୍ତି ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ଏହାଛଡ଼ା ଅଭିଯୁକ୍ତ ଜଣକ ସେହି ସମାନ ପୋଷ୍ଟରେ ପାକିସ୍ତାନ ଜିନ୍ଦାବାଦ ଲେଖିବାକୁ ମଧ୍ୟ ଭୁଲି ନାହାନ୍ତି । ଏପରିକି ଅଭିଯୁକ୍ତ ଜଣକ ନିଜର ମୋବାଇଲ ନମ୍ବର ସେୟାର କରିବା ସହ ସେ କାହାକୁ ଡ଼ରନ୍ତି ନାହିଁ ବୋଲି ଉଲ୍ଲେଖ କରିଛନ୍ତି ।

ନନ୍ଦ କିଶୋର ଗୁଜ୍ଜର ଗତ ଗୁରବାର ଦିନ ସାଇକେଲ ଚଳାଉଥିବାର ଦୁଇଟି ଫଟୋ ଅପଲୋଡ଼ କରିଥିଲେ । ଏହି ପୋଷ୍ଟ ଉପରେ ଅଭିଯୁକ୍ତ ନଦିମ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁଳି ମାରିବାକୁ ଧମକ ଦେଇଥିଲା । ଏପରିକି ପାକିସ୍ତାନ ଜିନ୍ଦାବାଦ କହିବା ସହ ସେ କାହାକୁ ଡ଼ରନ୍ତି ନାହିଁ ବୋଲି ଉଲ୍ଲେଖ କରିଥିଲା । ଏହାଛଡ଼ା ଅଶୋକ ବିହାରରେ ସେ ରହୁଥିବା ଫେସବୁକ୍ ପୋଷ୍ଟରେ ଲେଖିଥିଲା । ତେବେ ଏହି ଘଟଣା ବିଜେପି ବିଧାୟକଙ୍କ ନଜରକୁ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏଫଆଇଆର ଦାୟର କରିଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ ଆରୋପୀଙ୍କୁ ଗିରଫ କରାଯାଇଛି କି ନାହିଁ ତାହା ଜଣା ପଡ଼ିନାହିଁ ।