ବଲିଉଡ ଅଭିନେତ୍ରୀ ଆଲିଆ ଓ ତାଙ୍କ ପରିବାରକୁ ହତ୍ୟା ଧମକ : ଅଜଣା ଫୋନ ନମ୍ବରରୁ ମହେଶ ଭଟ୍ଟଙ୍କୁ ଫୋନକଲ

49

କନକ ବ୍ୟୁରୋ : ବଲିଉଡ୍ ଫିଲ୍ମ ନିର୍ମାତା ଓ ନିଦ୍ଦେଶକ ମହେଶ ଭଟ୍ଟ ଓ ତାଙ୍କ ପରିବାରକୁ ହତ୍ୟା ଧମକ । ୫୦ ଲକ୍ଷ ଟଙ୍କା ନଦେଲେ ମହେଶ ଓ ତାଙ୍କ ପତ୍ନୀ ସୋନି ରାଜଦାନଙ୍କ ସମେତ ଝିଅ ତଥା ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି । ତାଙ୍କ ମୋବାଇଲ ଫୋନରେ ଜଣେ ଅଜଣା ଦୁର୍ବୃତ ଧମକ ଦେଇଥିବା ଅଭିଯୋଗ ହେବା ପରେ ଉତରପ୍ରଦେଶରେ ଜଣକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଅଭିଯୁକ୍ତକୁ ଧରିବା ଲାଗି ମୁମ୍ବାଇ କ୍ରାଇମ ବ୍ରାଂଚର ଆଂଟି ଏଳ୍ସଟରସନ୍ ସେଲ ତନାଘନା ଚଳାଇଛି ।

ସୂଚନା ଅନୁସାରେ ଫେବ୍ରୁୟାରୀ ୨୬ ବିଳମ୍ବିତ ରାତିରେ ଏକ ଅଜଣା ନମ୍ବରରୁ ମହେଶ ଭଟ୍ଟଙ୍କୁ ଫୋନ କଲ ଆସିଥିଲା । ୫୦ ଲକ୍ଷ ନଦେଲେ ତାଙ୍କ ପରିବାରକୁ ଗୁଳି କରି ହତ୍ୟା କରାଯିବ ବୋଲି ଧମକ ଦେଇଥିଲା ଦୁର୍ବୃତ । ଏହି ଧମକ ପାଇବା ପରେ ମୁମ୍ବାଇ ଜୁହୁ ଥାନାରେ ଅଭିଯୋଗ କରିଥିଲେ ମହେଶ । ଏହା ପରେ ମୁମ୍ବାଇ କ୍ରାଇମ ବ୍ରାଂଚ ତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –