ମଙ୍ଗଳ ଗ୍ରହରେ ମୃତ୍ୟୁର ଆଶଙ୍କା ପୃଥିବୀ ଠାରୁ ବହୁତ ଅଧିକ, ଜାଣନ୍ତୁ ସେଠାକୁ ଯିବା ପରେ କ’ଣ ହେବ ?

“ରାସ୍ତାରେ କିମ୍ବା ସେଠାରେ ଓହ୍ଲାଇବା ମାତ୍ରେ ଜୀବିତ ନବଂଚିବାର ସମ୍ଭାବନା ଅଧିକ ଅଛି ।”

362

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ମଙ୍ଗଳ ଗ୍ରହରେ ଜୀବନ କେମିତି ? କ’ଣ ସେଇଠି ମଣିଷ ଅଧିକ ଦିନ ବଂଚିପାରିବ ? ସେଠି ପହଂଚିବା ପରେ କ’ଣ ହେବ ? ଏହି ପ୍ରଶ୍ନର ଉତ୍ତର ଦେଇ ସ୍ପେଶ ଏକ୍ସର ସିଇଓ ଏଲନ ମସ୍କ ସେଠାକୁ ଯିବାକୁ ଇଚ୍ଛା ପ୍ରକାଶ କଲେ । ମଙ୍ଗଳ ଗ୍ରହ ଯିବାକୁ ଚାହାଁନ୍ତି ଏବଂ ଏହାର ୭୦% ଆଶା ଅଛି । ମିଡିଆ ରିପୋର୍ଟ ଅନୁସାରେ, ମସ୍କ କହିଛନ୍ତି କି, “ରାସ୍ତାରେ କିମ୍ବା ସେଠାରେ ଓହ୍ଲାଇବା ମାତ୍ରେ ଜୀବିତ ନବଂଚିବାର ସମ୍ଭାବନା ଅଧିକ ଅଛି ।”

ଏକ ସାକ୍ଷାତକାରରେ ମସ୍କ କହିଛନ୍ତି କି, “ନିକଟରେ ହିଁ ଆମକୁ ଅନେକ ଥର ସଫଳତା ମିଳିଛି ଓ ଏଥିରୁ ବହୁତ ଉତ୍ସାହିତ ଅଛି ।” ସେ ତାଙ୍କର ମହତ୍ୱକାଂକ୍ଷା ଜଣାଇ କହିଲେ କି, “ସେଠାକୁ ସେ ଯିବାକୁ ଚାହାଁନ୍ତି” । କିନ୍ତୁ ସେ ସ୍ୱୀକାର ବି କରିଛନ୍ତି ଯେ, ସେହି ସ୍ଥାନକୁ ଯିବା ବିପଦପୂର୍ଣ୍ଣ । ସେ ଆହୁରି ବି କହିଛନ୍ତି ଯେ, “ମଙ୍ଗଳରେ ମୃତ୍ୟୁର ଆଶଙ୍କା ପୃଥିବୀ ଠାରୁ ଅଧିକ । ସେଠି ମୃତ୍ୟୁ ହେବାର ସମ୍ଭାବନା ଅଧିକ । ଯଦି ଆପଣ ମଙ୍ଗଳରେ ପହଂଚିବି ଯାଉଛନ୍ତି, ତେବେ ସେଠାକାର କଠିନ ପରିସ୍ଥିତିରେ ମରିଯିବେ ।” ମସ୍କ ତଥାପି ବି ଯିବାକୁ ଚାହୁଁଛନ୍ତି ।