ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ! ଭାରତରେ କାଏମ ରହିବ ମୃତ୍ୟୁ ଦଣ୍ଡାଦେଶ ।

171

ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଭାରତରେ ମୃତ୍ୟୁ ଦଣ୍ଡ ଜାରି ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସୁପ୍ରିମକୋର୍ଟରେ ବହୁମତ ମିଳିବା ପରେ, ମୃତ୍ୟୁ ଦଣ୍ଡକୁ କାଏମ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି କୁରିୟନ ଜୋସେଫ ଏହି ମାମଲାରେ ସମୀକ୍ଷା କରିବା ପାଇଁ କହିଥିଲେ । ଏହା ପରେ ବିଚାରପତି ଦୀପକ ଗୁପ୍ତା ଏବଂ ହେମନ୍ତ ଗୁପ୍ତା ମୃତ୍ୟୁ ଦଣ୍ଡକୁ ଜାରି ରଖିବା ନିଷ୍ପତ୍ତିକୁ ନେଇ ସହମତି ଜଣାଇଥିଲେ ।

ସୂଚନା ଅନୁଯାୟୀ, ଛତିଶଗଡରେ ତ୍ରିପଲ୍ ହତ୍ୟା ଅଭିଯୋଗ ନେଇ ଜଣେ ଅଭିଯୁକ୍ତଙ୍କ ଶୁଣାଣୀ ବେଳେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଅଭିଯୁକ୍ତ ଛନ୍ନୁ ଲାଲ୍ ବର୍ମାଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ମାମଲାର ଶୁଣାଣୀ ସମୟରେ ଅଭିଯୁକ୍ତ ମୃତ୍ୟୁ ଦଣ୍ଡକୁ କମ କରିବା ପାଇଁ କୋର୍ଟଙ୍କ ନିକଟରେ ଗୁହାରି କରିଥିଲେ । ଏହା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ କହିଥିଲେ ଯେ, ଅନ୍ୟ କେତେକ ଦେଶରେ ମୃତ୍ୟୁଦଣ୍ଡ ଉଚ୍ଛେଦ କରାଯିବା ଭାରତୀୟ ଆଇନ୍ ବ୍ୟବସ୍ଥା ସହ କୌଣସି ସମ୍ବନ୍ଧ ନାହିଁ । ତେଣୁ ଭାରତରେ ମୃତ୍ୟୁ ଦଣ୍ଡାଦେଶ ଆଗକୁ ଜାରି ରହିବ ।