ଟେଲି ଜଗତର ବରିଷ୍ଠ ଅଭିନେତ୍ରୀଙ୍କ ପରଲୋକ ! ଗୁରୁବାର ହେବ ଅନ୍ତିମ ସଂସ୍କାର ।

55
ଲୋକପ୍ରିୟ ଟିଭି ଶୋ’ ‘ପ୍ରତିଜ୍ଞା’ ଫେମ ବରିଷ୍ଠ ଅଭିନେତ୍ରୀ ଅମିତା ଉଦ୍ଗତାଙ୍କର ମଙ୍ଗଳବାର ଦିନ ମୃତ୍ୟୁ ହୋଇଯାଇଛି । ମିଳିତ ତଥ୍ୟ ମୁତାବକ ଅମିତା ଅନେକ ଦିନ ଧରି ରୋଗାଗ୍ରସ୍ତ କାରଣରୁ ୪ଦିନ ହେବ ହସ୍ପିଟାଲରେ ଭର୍ତ୍ତି ଥିଲେ । ଚିକିତ୍ସା ଦ୍ୱାରା ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ମାତ୍ର ଅଚାନକ ତାଙ୍କର ଫୁସଫୁସ୍ ଅକାମୀ ହେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏଠାରେ ଆମେ କହି ରଖୁଛୁ ଯେ ତାଙ୍କର ଦୁଇ ପୁଅ ରୁଚିନ ଏବଂ ରିସଭ ଦୁହେଁ ଅମିତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ଦିନ କରିଛନ୍ତି । ବଡ ପୁଅ ବିଦେଶରେ ରହୁଥିବା ଯୋଗୁଁ ସେ ଭାରତ ଆସିବା ପରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ଅମିତା ଟିଭି ସହ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।ଅମିତାଙ୍କ ମୃତ୍ୟୁ ପାଇଁ ଏକ କୋ-ଷ୍ଟାର ଆଭା ପରମାର କହିଛନ୍ତି ଏହା ଏକ ଦୁଃଖର ବିଷୟ ଅଟେ । ତାଙ୍କୁ ଦେଖା କରିବା ପାଇଁ ଇଚ୍ଛା ଥିଲା ମାତ୍ର ସେ ଆସିପାରିନଥିଲେ । ଦୁହେଁ ଏକା ସହ କାମ କରିଥିବା କହିଛନ୍ତି ଅଭା ପରମାର । ଅମିତା ଛୋଟ ପରଦା ସହ ବଡ ପରଦାରେ ମଧ୍ୟ କାମ କରିଛନ୍ତି । ସେ ପରିଣିତ ଚୋପ୍ରାଙ୍କ ସହ ‘ହସି ତୋ ଫସି’ ଏବଂ ଐଶ୍ୱର୍ୟ୍ୟା ରାୟଙ୍କ ସହ ‘ସରବଜିତ’ ସିନେମାରେ  ମଧ୍ୟ କାମ କରିଛନ୍ତି ।ଥିଏଟରରୁ କରିଥିଲେ କ୍ୟାରିଅର ଆରମ୍ଭ
ଅମିତା ନିଜ କ୍ୟାରିଅର ଆରମ୍ଭ ୧୯୬୫-୬୬ମଧ୍ୟରେ ଥିଏଟରରେ ଆରମ୍ଭ କରିଥିଲେ । ଏହାପରେ ସେ ମହାରାଣା ପ୍ରତାପ, ବାବା ଏସୋ ବର ଢୁଣ୍ଡୋ, ଡୋଲି ଅରମାନୋ କି ଭଳି ଅନେକ ଶୋ’ରେ ନିଜର ଅଭିନୟ ଯାଦୁ ଦେଖାଇଥିଲେ । ଶେଷଥର ପାଇଁ ତାଙ୍କୁ ‘କୁଛ ରଂଗ ପ୍ୟାର କେ ଏସେ’ସୋରେ ଦେଖିବାକୁ ମିଳିଥିଲା । ତାଙ୍କର ଏହି ସିରିଏଲରେ ଥିବା ଭୂମିକାକୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି ।