ରାବଣ ପୋଡି ବେଳେ ବରଗଡ ସୋହେଲାରେ ଅଭାବନୀୟ ଘଟଣା : ମାଗଣାରେ ମଦ ନଦେବାରୁ ଗଣ୍ଡଗୋଳ, ବ୍ୟବସାୟୀଙ୍କ ଭୁଜାଲି ଆକ୍ରମଣରେ ଜଣେ ମୃତ

1,040

କନକ ବ୍ୟୁରୋ : ମଦ ପାଇଁ ଗଡିଲା ମୁଣ୍ଡ ।  ଏହି ଘଟଣା ଘଟିଛି  ବରଗଡର ସୋହେଲାରେ । ମାଗଣାରେ ମଦ ନଦେବାରୁ ଗଣ୍ଡଗୋଳ ଘଟି  ମଦ ବ୍ୟବସାୟୀଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣ ୩ ଯୁବକ ଗୁରୁତର ଆହତ ହୋଇଛନ୍ତି ।  ମୃତକ ହେଲେ  ଛତିଶଗଡର ସଂଜୀବ ପ୍ରଧାନ ।  ଆହତ ଯୁବକ ବିଜେପୁର ଥାନା ବାଦିପାଲି ଗାଁର ।  ଘଟଣା ପରେ ମଦ ବ୍ୟବସାୟୀ ଓ ଅନ୍ୟ ଯୁବକ ଫେରାର ହୋଇଯାଇଛନ୍ତି ।  ପୋଲିସ ତନାଘନା ଆରମ୍ଭ କରିଛି ।

 

ଖବର ଅନୁସାରେ,  ବାଦୀପାଲ ଗାଁର କିଛି ଯୁବକ ମଦ ପିଇବାକୁ ନିକଟସ୍ଥ  ଦୋକାନକୁ ଯାଇଥିଲେ ।  ମାଗଣାରେ ମଦ ଦେବାକୁ କହିବାକୁ  ବ୍ୟବସାୟୀଙ୍କ ସହ ଗଣ୍ଡଗୋଳ ହୋଇଥିଲା ।  ମଦ ବ୍ୟବସାୟୀଙ୍କ ଆକ୍ରମଣରେ  ବାଦୀପାଲା ଗାଁର ୩ ଯୁବକ ଗୁରୁତର ଆହତ ହୋଇଛନ୍ତି ।  ଘଟଣା ସମୟରେ ପାଖରେ ଥିବା ଛତିଶଗଡର ସଂଜୀବ ପ୍ରଧାନଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ ହୋଇଥଲା । ଗୁରୁତର ଅବସ୍ଥାରେ  ସଂଜୀବଙ୍କୁ ସୋହେଲା ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।  ଏହାକୁ ନେଇ ସୋହେଲାରେ ଉତ୍ତଜେନା ଦେଖାଦେଇଛି ।