ପୁଲିସ ପରୀକ୍ଷା ଦେବା ବେଳେ ଅଘଟଣ : ଦୌଡିବା ବେଳେ ଅସୁସ୍ଥ ହେଲେ ପରୀକ୍ଷାର୍ଥୀ, କଟକ ବଡ ଡାକ୍ତରଖାନାରେ ମୃତ ଘୋଷଣା

29

କନକ ବ୍ୟୁରୋ : ପୁଲିସ୍ ପରୀକ୍ଷା ବେଳେ ଚାଲିଗଲା ଜୀବନ । ଗୁରୁବାର ଓଡିଶା ଷ୍ଟେଟ ଆର୍ମ ପୋଲିସର ପରୀକ୍ଷା ଚାଲିଥିବା ବେଳେ ଅଘଟଣ ଘଟିଛି । ଦୌଡ ପ୍ରତିଯୋଗୀତା ବେଳେ ଜଣେ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣ କଟକ ଜିଲ୍ଲା ନରସିଂହପୁର ବ୍ଲକର ସୁରେଶ ପ୍ରଧାନ ବୋଲି ଜଣାପଡିଛି । କଟକ ଠାରେ ଚାଲିଥିବା ପରୀକ୍ଷା ବେଳେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୁରେଶ ପ୍ରଧାନଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପରିବାରର ଜଣକୁ ଚାକିରି ଓ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ଲୋକେ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ଯୋଗୁଁ ୬୫ ନମ୍ବର ରାଜ୍ୟ ରାଜପଥରେ ଗାଡି ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । ଆଠଗଡ ଏସଡିପିଓ ସମେତ ଅନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିଛନ୍ତି ।