ଆଗାମୀ ସମୟରେ ଜଳବାୟୁରେ ହେବ ଭୟଙ୍କର ପରିବର୍ତ୍ତନ,୨୦୩୦ ପର୍ଯ୍ୟନ୍ତ ଭାରତରେ ପ୍ରବାହିତ ହେବ ଅସହ୍ୟ ଗରମ ପବନ : ରିପୋର୍ଟ

84

ସାରା ବିଶ୍ୱରେ ୧ ଡିଗ୍ରୀ ତାପମାତ୍ରା ବୃଦ୍ଧି ହୋଇଛି  । ରିପୋର୍ଟ ଅନୁସାରେ ୨୦୩୦ବେଳକୁ ଭାରତରେ ପ୍ରବଳ ଗରମ ବାୟୁ ପ୍ରବାହିତ ହୋବ । ଗ୍ରୀଷ୍ମ ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ । ସୂଚନା ଅନୁସାରେ ଯଦି ବିଶ୍ୱର ତାପମାନ ପ୍ରାକ୍-ଶିଳ୍ପସ୍ତର (୧. ୫ ଡିଗ୍ରି ସେଲିସିୟସ୍) ଠାରୁ ୨ ଡିଗ୍ରି ସେଲିସିୟସ୍ ବଢ଼ିଯାଏ ତେବେ ଭାରତ ମାରାତ୍ମକ ବାର୍ଷିକ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହୋଇପାରେ । ୨୦୧୫ରେ ଏ ଭଳି ଗ୍ରୀଷ୍ମ ପ୍ରବାହ ଯୋଗୁଁ ୨୫୦୦ ଲୋକ ପ୍ରାଣ ହରାଇଥିଲେ । ସୋମବାର ଦିନ Intergovernmental Panel on Climate Change (IPCC) ଏ ଭଳି ରିପୋର୍ଟ ପ୍ରକାଶ କରିଛି।

ଏହି ରିପୋର୍ଟର ପ୍ରୟୋଗ ସଂକ୍ରାନ୍ତରେ ଆସନ୍ତା ଡିସେମ୍ବର ମାସରେ ପୋଲାଣ୍ଡ ଠାରେ ଆୟୋଜନ କରାଯାଉଥିବା କାଟୋଓ୍ଵିସ୍ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଆଲୋଚନା କରାଯିବ । ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ସେଠାରେ ବିଭିନ୍ନ ଦେଶର ସରକାର ପ୍ୟାରିସ୍ ଚୁକ୍ତିର ସମୀକ୍ଷା କରିବେ । ଅନ୍ୟତମ ଅଙ୍ଗାରକାମ୍ଳ ଉଦଗିରଣକାରୀ ଦେଶ ଭାବେ ଭାରତ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ।

ରିପୋର୍ଟ ଅନୁସାରେ ଚେତାବନୀ ଦିଆଯାଇଛି ଯଦି ୨୦୩୦ ରୁ ୨୦୫୨ ମଧ୍ୟରେ ତାପମାନ ସମାନ ସ୍ତରରେ ବୃଦ୍ଧିପାଏ, ତେବେ ୨୦୩୦ ସୁଦ୍ଧା ବିଶ୍ୱ ତାପମାନ ୧. ୫ ଡିଗ୍ରି ସ୍ତରକୁ ଅଧିକ ହୋଇଯିବ । ରିପୋର୍ଟ ଉଲ୍ଲେଖ ହୋଇଛି ଭାରତରେ ବିଶେଷକରି କୋଲକାତା ଏବଂ କରାଚି ସହରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ମଣିଷ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର କୁପ୍ରଭାବ ଅତି ଜଟିଳ ହେବ ଏବଂ କୋଟି କୋଟି ଲୋକଙ୍କ ଜୀବନହାନିର କାରଣ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି  ।