ବିସ୍ଫୋରଣରେ ଥରିଲା ପାକିସ୍ତାନ ! କ୍ୱେଟାରେ ବଡ଼ ଧରଣର ବିସ୍ଫୋରଣ, ୧୭ମୃତ

32

କନକ ବ୍ୟୁରୋ: ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ । ବେଲୁଚିସ୍ତାନ ପ୍ରଦେଷ ରାଜଧାନୀ କ୍ୱେଟା ସହରରେ ଗତକାଲି ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି ।

ମୃତକଙ୍କ ମଧ୍ୟରେ ୮ ଜଣ ପାକ୍ ସେନାର ଯବାନ ଅଛନ୍ତି । ଏହି ବିସ୍ଫୋରଣ ପିଶିନ୍ ବସ ଷ୍ଟାଣ୍ଡର ପାର୍କିଂ ସ୍ଥାନରେ ହୋଇଛି । ଏହି ବିସ୍ଫୋରଣରେ ସେନାର ଏକ ଟ୍ରକ ସମ୍ପୂର୍ଣ୍ଣ ଭାବେ ପୋଡି ହୋଇଯାଇଛି ।

ବିସ୍ଫୋରଣ ପରେ କ୍ୱେଟା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ତେବେ ପାକିସ୍ତାନର ସେନା ଯବାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣର ଯୋଜନା କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ସେନା ଟ୍ରକ ପାଟ୍ରୋଲିଂ କରୁଥିବା ବେଳେ ସେନାଙ୍କୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ କରାଯାଇଛି ।