ଅଙ୍ଗନୱାଡି କର୍ମୀଙ୍କୁ ସରକାରଙ୍କ ଡେଡଲାଇନ୍ ! ଆନ୍ଦୋଳନରୁ ନଓହରିଲେ ଗ୍ରହଣ କରାଯିବ ବିକଳ୍ପ ବ୍ୟବସ୍ଥା

29

କନକ ବ୍ୟୁରୋ : ଅଙ୍ଗନୱାଡି କର୍ମୀଙ୍କୁ ସରକାରଙ୍କ ଡେଡଲାଇନ । କାଲି ସୁଦ୍ଧା ଯଦି ଅଙ୍ଗନୱାଡି କର୍ମୀ ଆନ୍ଦୋଳନରୁ ନଓହରନ୍ତି ବିକଳ୍ପ ବ୍ୟବସ୍ଥା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି । ଆସନ୍ତା ୨୩ ତାରିଖ ସୁଦ୍ଧା କାମରେ ଯୋଗ ନଦେଲେ ଆଇନ ଅନୁୟାୟୀ ବିକଳ୍ପ ବ୍ୟବସ୍ଥା ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏପରିକି ଦରକାର ପଡିଲେ ନିକଟସ୍ଥ ଅଙ୍ଗନୱାଡି କି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।