ନିଲମ୍ବିତ ସେବାୟତଙ୍କ ସମ୍ପତି ହୋଇପାରେ ବାଜ୍ୟାପ୍ତ : ଆତ୍ମସମର୍ପଣ ପାଇଁ ୨ ଦିନର ମହଲତ ଦେଲା ପୁରୀ ପୁଲିସ୍

18

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନିଲମ୍ବିତ ସେବାୟତଙ୍କ ସମ୍ପିତି ହୋଇପାରେ ବାଜ୍ୟାପ୍ତ । ଏଭଳି କଡା ପଦକ୍ଷେପ ନେଇଛି ପୁରୀ ପୁଲିସ୍। କେବଳ ଏତିକି ନୁହେଁ ଆତ୍ମସମର୍ପଣ ପାଇଁ ୨ ଦିନର ମହଲତ ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ । ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଦିନ ବିଭ୍ରାଟ ସୃଷ୍ଟି କରିଥିବା ସେବାୟତ ୨ ଦିନର ଡେଡଲାଇନ୍ ଭିତରେ ପୁଲିସ୍ ପାଖରେ ଆତ୍ମସମର୍ପଣ ନକଲେ ସେମାନଙ୍କୁ ପଳାତକ ଘୋଷଣା କରାଯିବ । ତେବେ ନୀଳାଦ୍ରି ବିଜେ ବେଳେ ବିଭ୍ରାଟ ସୃଷ୍ଟି କରିଥିବା ୬ ସେବାୟତ ଏବେ ଫେରାର ଅଛନ୍ତି।