ପ୍ରଦେଶ କଂଗ୍ରେସର ଡେଡଲାଇନ୍ ! ଆସନ୍ତା ୧୦ତାରିଖ ସୁଦ୍ଧା ପରିବର୍ତ୍ତନ ହେବ ଦଳର ନେତୃତ୍ୱ

18

କନକ ବ୍ୟୁରୋ : ପ୍ରଦେଶ କଂଗ୍ରେସର ଡେଡଲାଇନ୍ । ଆସନ୍ତା ୧୦ତାରିଖ ସୁଦ୍ଧା ପରିବର୍ତ୍ତନ ହେବ ଦଳର ନେତୃତ୍ୱ । ଦିଲ୍ଲୀରୁ ଫେରିବା ପରେ ପ୍ରତିକ୍ରିୟାରେ ଏହା କହିଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଆସନ୍ତା ୧୦ତାରିଖରେ ରାହୁଳ ବିଦେଶ ଗସ୍ତରେ ଯିବେ । ତେଣୁ ତା ପୂର୍ବରୁ ରାହୁଳ ପିସିସି ପରିବର୍ତ୍ତନ ନେଇ ଘୋଷଣା କରିବେ । କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧିଙ୍କଠାରୁ ଡକାରା ପାଇ ଦିଲ୍ଲୀ ଯାଇଥିଲେ ଦଳର ଛାମୁଆ ନେତା । ଆଉ ଗତକାଲି ବଛା ବଛା ୩୬ଜଣ ନେତାଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ରାହୁଳ । ଏବଂ ନେତୃତ୍ୱ ପରିବର୍ତ୍ତନ ନେଇ ଇସାରା ଦେଇଥିଲେ । କହିଥିଲେ ଖୁବ୍ ଶିଘ୍ର ନିଆଯିବ ନିଷ୍ପତି । ଏହା ସହିତ ମନୋମାଳିନ୍ୟ ଛାଡି ମିଳିମିଶି ଦଳକୁ ସଂଗଠିତ କରିବା ପାଇଁ ଦେଇଥିଲେ ପରାମର୍ଶ । ଆଉ ରାଜ୍ୟ ନେତା ମାନଙ୍କୁ ତାଗିଦ କରି କହିଥିଲେ ଏଣିକି ଦଳ ଭିତରେ ଆଉ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ।