ଲୋକଙ୍କୁ ମିଳିଲା ଆଶ୍ୱସ୍ତି ! ସରକାରୀ ଯୋଜନା ସହ ଆଧାରକାର୍ଡ଼ ସଂଯୋଗ ସୀମା ମାର୍ଚ୍ଚ ୩୧, ୨୦୧୮କୁ ବଢ଼ିଲା

39

କନକ ବ୍ୟୁରୋ : ସରକାରଙ୍କ ବିଭିନ୍ନ ଯୋଜନା ସହ ଆଧାର କାର୍ଡ଼ ସଂଯୋଗ କରିବା ଡେଡଲାଇନକୁ ଘୁଞ୍ଚାଇ ଦିଆଯାଇଛି । ୨୦୧୮ , ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା ସଯୋଗ ସମୟ । ଆଜି ଏନେଇ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟୟାଳୟକୁ ସୂଚନା ଦେଇଛନ୍ତି । ତେବେ ଏହି ନିଷ୍ପତ୍ତି ଯୋଗୁଁ ଲୋକଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି । କାରଣ ସରକାରଙ୍କ  ଯୋଜନା ଗୁଡ଼ିକରେ ଆଧାରକାର୍ଡ ନମ୍ବରକୁ ଯୋଡ଼ିବା ବାଧ୍ୟତାମୂଳକ ଥିଲା ଓ ଏଥି ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଦିଆଯାଇଥିଲା ।

aadhar cardକିନ୍ତୁ ହିତାଧିକାରୀ ସେମାନଙ୍କର ଆଧାରକାର୍ଡକୁ ସରକାରୀ ଯୋଜନା ସହିତ ଆଶାନୁରୂପକ ସଂଖ୍ୟାରେ ଯୋଡ଼ିପାରି ନଥିବାରୁ ସରକାରଙ୍କ ପକ୍ଷରୁ ବୁଧବାର ତାରିଖ ବଢ଼ାଇ ଦିଆଯାଇ ୨୦୧୮ ମାର୍ଚ୍ଚ ୩୧ ରଖାଯାଇଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଏହାସହ ଆଡ଼ଭୋକେଟ୍ ଜେନେରାଲ କେ କେ ବେଣୁଗୋପାଲ କହିଛନ୍ତି ଯେଉଁ ମାନେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଆଧାର ସଂଯୋଗ କରିପାରୁ ନାହାନ୍ତି ତାଙ୍କ ବିରୋଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଏବଂ ସେମାନେ ଯଦି କୌଣସି ଯୋଜନାରୁ ସରକାରୀ ସୟାହତା ପାଉଛନ୍ତି ସେଥିରୁ ସେମାନେ ବଞ୍ଚିତ ହେବେ ନାହିଁ ।

ଆଜିର ଦିନରେ ଆଧାରକାର୍ଡ ସବୁ କାମରେ ଗୁରୁତ୍ୱପୂର୍ଣ୍ଣ କାମ କରୁଛି । ରାଜ୍ୟ ହେଉ ବା କେନ୍ଦ୍ର ସରକାରଙ୍କ ପାଖରେ ଆଧାରକାର୍ଡ ବ୍ୟକ୍ତିର ଅସଲ ପରିଚୟ ପତ୍ର ଭାବରେ ସାହାଯ୍ୟ କରୁଛି । ଏଥି ପାଇଁ ସରକାର ମଧ୍ୟ କାମ କରୁଛନ୍ତି। ବିନା ଆଧାରକାର୍ଡରେ ପାସପୋର୍ଟ ପ୍ରସ୍ତୁତ କରିବା, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଟେଲିଫୋନ୍ ଓ ମୋବାଇଲ୍ କନେକ୍ସନ ନେବା, ରେଳ ଟିକେଟ କାଟିବା ସହଜ ହେଉ ନାହିଁ । ନିିକଟରେ ନିର୍ବାଚନ ଆୟୋଗ ଆଧାରକାର୍ଡକୁ ଭୋଟ ପରିଚୟ ପତ୍ର ସହିତ ତୁଳନା କରିଥିଲେ ।

ଏହାରି ମାଧ୍ୟମରେ କର୍ମଚାରୀ ଜମା ଟଙ୍କାରୁ ପିଏଫ୍ ସିଧାସଳଖ ଟ୍ରାନ୍ସଫର କରି ପାରିବ । ସେହିପରି ଆଧାରଲିଙ୍କ ଆୟକର ରିଟର୍ଣ୍ଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ କରିବା ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରି ଦିଆଯାଇଛି । ଡିଜିଟାଲ ପେମେଣ୍ଟରେ ମଧ୍ୟ ଆଧାରକାର୍ଡ କାମ କରୁଛି ।