ଡେଡଲାଇନ୍ ଘୁଞ୍ଚାଇଲେ ସରକାର ! ଚଳିତବର୍ଷ ଶେଷ ଯାଏଁ ପୁରୁଣା ଏମଆରପିରେ ବିଭିନ୍ନ ସାମଗ୍ରୀ ବିକ୍ରି କରିବେ ବ୍ୟବସାୟୀ

39

କନକ ବ୍ୟୁରୋ : ଏବେ ବ୍ୟବସାୟୀ ପୁରୁଣା ଏମଆରପିରେ ମଧ୍ୟ ପୁରୁଣା ସାମଗ୍ରୀ ବିକ୍ରି କରି ପାରିବେ । ଏଥିପାଇଁ ସରକାର ଦେଇଥିବା ଡେଡଲାଇନରେ ପରିବର୍ତ୍ତନ ଆଣିଛନ୍ତି । ଡିସେମ୍ବର ୩୧ ସୁଦ୍ଧା ପୁରୁଣା ଏମଆରପି ଥିବା ସମସ୍ତ ସାମଗ୍ରୀ ବିକ୍ରି କରିବାକୁ ସରକାର ଗତକାଲି ଘୋଷଣା କରିଛନ୍ତି । ପୁର୍ବରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପୁରୁଣା ଏମଆରପି ଥିବା ସାମଗ୍ରୀ ବିକ୍ରି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ।

grosoryଏହାଛଡା ଅକ୍ଟୋବର ୧ ତାରିଖରୁ ନୁଆ ଏମଆରପି ଥିବା ସାମଗ୍ରୀ ଦୋକାନି ବିକ୍ରି କରିବେ ବୋଲି କେନ୍ଦ୍ର ସରକାର କହିଥିଲେ । ଯଦି କୌଣସି ବେପାରୀ ଏପରି ନ କରେ ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କେନ୍ଦ୍ର ସରକାର ଘୋଷଣା କରିଥିଲେ । କିନ୍ତୁ ପରିସ୍ଥିତି ଦେଖି ମନ ପରିବର୍ତ୍ତନ କରିଛନ୍ତି ସରକାର । ବେପାରୀ ସଂଗଠନର ଚେତାବନୀ ପରେ ସରକାର ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ବେପାରୀ ସଂଗଠନର ସୂଚନା ଅନୁଯାୟୀ, ଯଦି ପୁରୁଣା ଏମଆରପିର ସାମଗ୍ରୀ ବିକ୍ରି ବନ୍ଦ ହୋଇଯାଏ । ତେବେ ମୋଟ ଉପରେ ୬ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯିବ । କାରଣ ଏବେ ମଧ୍ୟ ବଜାରରେ ୪୦ ପ୍ରତିଶତରୁ ଅଧିକ ପୁରୁଣା ଷ୍ଟକ ରହିଛି । ତେଣୁ ବିଭିନ୍ନ ବ୍ୟବସାୟୀ ସଂଘ ସରକାରଙ୍କୁ ବାସ୍ତବ ଚିତ୍ର ନେଇ ଚେତାଇବା ପରେ ପୁରୁଣା ଷ୍ଟକ ବିକ୍ରି ବନ୍ଦ ପାଇଁ ସ୍ଥିର ହୋଇଥିବା ତାରିଖରେ ପରିବର୍ତ୍ତନ କରିଥିଲେ ସରକାର । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ୱଅନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

gstଦେଶରେ ପ୍ରାୟ ୩ ମାସ ହେଲାଣି ଜିଏସଟି ଲାଗୁ ହୋଇଛି । ଜିଏସଟି ଲାଗୁ ହେବା ଫଳରେ ବିଭିନ୍ନ ସାମଗ୍ରୀର ଦର ରେ ପରିବର୍ତ୍ତନ ଆସିଛି । ଜିଏସଟି ଲାଗୁ ହେବା ଫଳରେ ନୂଆ ଦରରେ ବିଭିନ୍ନ ସାମଗ୍ରୀ ବଜାରକୁ ଆସିଛି ।ଜୂୁଲାଇ ମାସରେ ଜିଏସଟି ଲାଗୁ ହେବା ପରେ ୩ ମାସ ମଧ୍ୟରେ ନୂଆ ଏମଆରପି ଥିବା ସାମଗ୍ରୀ ବିକ୍ରି କରିବାକୁ ସେପ୍ଟେମ୍ବର ୩୦ ତାରିଖ ସ୍ଥିର କରିଥିଲେ । ବିଭିନ୍ନ ସାମଗ୍ରୀ ଉପରେ ଟ୍ୟାକ୍ସ ଦର ଅଦଳ ବଦଳ ହୋଇଥିବାରୁ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।