ଶ୍ମଶାନକୁ ଯିବାକୁ ମିଳିଲାନି କାନ୍ଧ, ସାଇକେଲରେ ବୁହାହେଲା ଶବ ।

23

କନକ ବ୍ୟୁରୋ : ବୌଦ୍ଧରେ ହଜିଗଲା ମାନବିକତା । ସଦର ବ୍ଲକ କୃଷ୍ଣପାଲି ଗାଁରେ ଶବକୁ ମିଳିଲାନି କାନ୍ଧ । ସାଇକେଲରେ ମହିଳାଙ୍କ ମୃତଦେହ ବୋହି ଶ୍ମଶାନକୁ ନେଲେ ସଂପର୍କୀୟ ।ଏଭଳି ଏକ ଅଭାବନୀୟ ଘଟଣା ଆଜି ବୌଦ୍ଧରେ ଦେଖିବାକୁ ମିଳିଛି । ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରି ଦେଇଛି । ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନ ଚୁପ୍ ବସିଛି ।

ଘଟଣା ଅନୁଯାୟୀ, କୃଷ୍ଣପାଲିର ପାଂଚ ମହାକୁଡ ଦୁଇ ଦିନ ହେବ ଡାଇରିଆରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ପରେ ସକ୍ରାର ପାଇଁ ଶ୍ମଶାନକୁ ନେବା ପାଇଁ କାନ୍ଧ ମିଳିନଥିଲା । ତେଣୁ ମୃତ ମହିଳାଙ୍କ ଭିଣୋଇ ଶବକୁ ସାଇକେଲରେ ବୋଲି ଶ୍ମଶାନକୁ ନେଇଥିଲେ ।