ମିଳିଲାନି ଚାରିକାନ୍ଧ ! ପୁରୀ ବଡଦାଣ୍ଡରେ ଟ୍ରଲିରେ ଗଲା ଶବ

16

କନକ ବ୍ୟୁରୋ: ଏଥର କେଉଁ ଆଦିବାସୀ ଅଂଚଳର ନୁହେଁ, ରଥଯାତ୍ରା ଗହଳି ବେଳେ ପୁରୀ ବଡଦାଣ୍ଡରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ନିଜ ଝିଅର ଶବକୁ ଟ୍ରଲିରେ ବୋହି ବାପା ଡାକ୍ତରଖାନାରୁ ବଡଦାଣ୍ଡ ବାଟେ ସ୍ୱର୍ଗଦ୍ୱାର ନେଇଛି । ଗହଳି ଭିତରେ ଟ୍ରଲିରେ ଶବ ସ୍ୱର୍ଗଦ୍ୱାର ଯିବାର ଅଭାବନୀୟ ଦୃଶ୍ୟ ବାହାରୁ ଆସୁଥିବା ଭକ୍ତମାନଙ୍କୁ ବ୍ୟଥିତ କରିଛି ।

ଶ୍ରୀ ଜଗନ୍ନାଥ ବଲ୍ଲଭରୁ ସ୍ୱଗଦ୍ୱାର ପର୍ଯ୍ୟନ୍ତ ପାଖାପାଖି ୪ କିଲୋମିଟର ରାସ୍ତା ଟ୍ରଲିରେ ଶବ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯାଇଛି । ମୃତ ଯୁବତୀ ହେଉଛନ୍ତି ଜଗନ୍ନାଥ ବଲ୍ଲଭ ଅଂଚଳର ଧନୀ ସାହୁଙ୍କ ଝିଅ କବି ସାହୁ । ମୃତ୍ୟୁ ପରେ ତାଙ୍କୁ କେହି ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ନେବାକୁ ନମିଳିବାରୁ ସେ ଟ୍ରଲି ଯୋଗେ ନେଇଥିବା ଧନୀ ସାହୁ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –