ଜଗତସିଂହପୁରରେ ଚାଂଚଲ୍ୟ ! ଅଖା ଭିତରୁ ମିଳିଲା ହାତଗୋଡ ବନ୍ଧା ଯୁବତୀଙ୍କ ମୃତଦେହ

58

କନକ ବ୍ୟୁରୋ: ଅଖା ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଂଚଳରେ ଘଟିଛି ଏହି ଘଟଣା । ଧଳତଙ୍ଗଗଡ ଜଙ୍ଗଲ ନିକଟସ୍ଥ ମୁଣ୍ଡାଳ ଗାଁ ନିକଟରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାସ୍ତା କଡରେ ଗୋଟିଏ ଅଖା ଭିତରେ ହାତ ଗୋଡ ବନ୍ଧା ଅବସ୍ଥାରେ ରହିଥିଲା ଏହି ମୃତଦେହ । ସ୍ଥାନୀୟ ଲୋକେ ଅଖାଟିକୁ ଦେଖି ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଛି । ତେବେ ଏଯାଏ ମୃତ ଯୁବତୀଙ୍କ ପରିଚୟ ମିଳି ନଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି କୁଣ୍ଡାଳ ଗାଁ ରାସ୍ତାକଡ଼ରେ ଏକ ଅଖା ଭିତରେ କିଛି ଭର୍ତ୍ତି କରାଯାଇ ଫିଙ୍ଗା ଯାଇଥିବା ସ୍ଥାନୀୟ କିଛି ଲୋକେ ଦେଖିଥିଲେ। କିଛି ସମୟ ପରେ ଲୋକେ ସେଠାରେ ପହଞ୍ଚି ଦେଖିଥିଲେ ଯେ ଅଖା ଭିତରେ ଜଣେ ଯୁବତୀଙ୍କ ମୃତଦେହ ରହିଛି। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଖା ଖୋଲିବାରୁ ତା ଭିତରେ ଜଣେ ୨୨/୨୪ ବର୍ଷର ଯୁବତୀଙ୍କ ଗୋଡ଼ ହାତ ଦୃଢ଼ଭାବେ ବନ୍ଧା ଯାଇଥିବା ମୃତଦେହ ଥିବା ଦେଖିବାକୁ ମିଳିଥିଲା। ପଚରାଉଚରା ସମୟରେ ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବା ବେଳେ ତାଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାରେ ଆଣି ଫିଙ୍ଗି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି।