ମରିଗଲା ମାନବିକତା ! ପୁଣି ଶବକୁ ମିଳିଲାନି କାନ୍ଧ, ଝିଅ ବୋହିଲେ ବାପାର ଶବ

47

କନକ ବ୍ୟୁରୋ: ପୁଣି ହଜିଗଲା ମାନବିକତା । ଗାଁ ଲୋକେ କାନ୍ଧ ନ ଦେବାରୁ ବାପାର ଶବକୁ କାନ୍ଧରେ ବୋହିଲେ ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ବାସୁଦେବପାଲି ଗାଁରେ । ଖବର ଅନୁସାରେ, ଗାଁର ଜୟନାରାୟଣ ସାହୁ ଦୀର୍ଘଦିନ ଧରି ଲେପର୍ସି ରୋଗରେ ଆକ୍ରାନ୍ତ ଥିଲେ । କିନ୍ତୁ ତାଙ୍କର ମୃତ୍ୟୁ ହେବାପରେ ଗାଁ ଲୋକେ ଶେଷକୃତ୍ୟ ପାଇଁ ଆସିନଥିଲେ । ଫଳରେ ଝିଅ ମଞ୍ଜୁରାଣୀ ନିଜ ବାପାଙ୍କ ଶବକୁ କାନ୍ଧରେ ବୋହି ନେଇଥିଲେ ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ଅର୍ନ୍ତଗତ ବାସୁଦେବପାଲି ଗାଁର ଜୟନାରାୟଣ ସାହୁ ନାମକ ଜଣେ ବ୍ୟକ୍ତି ଦୀର୍ଘଦିନ ଧରି ଲେପର୍ସି ରୋଗରେ ପୀଡିତ ଥିଲେ । ଯେଉଁଥିପାଇଁ ତାଙ୍କୁ ଘୃଣ୍ଣ୍ୟ ଚକ୍ଷ୍ୟୁରେ ଦେଖୁଥିଲେ ଗାଁଲୋକେ । ଆଜି ସକାଳେ ଜୟନାରାୟଣଙ୍କ ମୃତ୍ୟୁ ଘଟିଥିଲା । ଦୁଃଖର କଥା ହେଲା, ମୃତ୍ୟୁ ପରେ ବି ଜୟନାରାୟଣଙ୍କ ଶବକୁ କାନ୍ଧ ଦେବାକୁ କେହି ହେଲେବି ଆସିନଥିଲେ ।

ସଂପର୍କିୟଙ୍କଠାରୁ ଆରମ୍ଭ କରି ସାହିପଡି଼ଶାରୁ ମଧ୍ୟ କେହି ଶବକୁ କାନେ୍ଧଇ ନେହବାକୁ ଆସିନଥିଲେ । ଫଳରେ ବାପାଙ୍କ ଶବକୁ ବୋହି ନେଇଥିଲେ ଝିଅ ମଞ୍ଜୁରାଣୀ ସାହୁ (୩୫ ବର୍ଷ) । ତାଙ୍କ ସହ ଜୟନାରାୟଣଙ୍କ ସାନ ପୁଅ ସନ୍ଦିପ୍ତ ଓ ଜ୍ୱାଇଁ ମଞ୍ଜୁରାଣୀଙ୍କ ସହ ମିଶି ଶେଷକୃତ୍ୟ ପାଇଁ ଶବକୁ କାନ୍ଧରେ ବୋହି ମଶାଣୀକୁ ନେଇଥିଲେ ।