ଭିତରୁ ବନ୍ଦ ଥିଲା ରୁମ, ପଡିରହିଥିଲା ଶବ ! ରାଷ୍ଟ୍ରପତି ଭବନର ସର୍ଭେଣ୍ଟ କ୍ୱାର୍ଟରରୁ ମିଳିଲା ମୃତଦେହ ।

17

ରାଷ୍ଟ୍ରପତି ଭବନର ସର୍ଭେଣ୍ଟ କ୍ୱାର୍ଟରରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି । ପୁଲିସ ଏହି ମୃତଦେହକୁ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ମୃତକଙ୍କ ନାମ ତ୍ରିଲୋକ ଚାନ୍ଦ ସେ ଦିଲ୍ଲୀର ଗାନ୍ଧିନଗର ଅଞ୍ଚଳ ସର୍ଭେଣ୍ଟ କ୍ୱାର୍ଟରରେ ରହୁଥିବା ଜଣାପଡ଼ିଛି ।

ଏହି ଘଟଣାକୁ ଡିସିପି କହିଛନ୍ତି, ଯେଉଁ ଘରୁ ମୃତଦେହ ମିଳିଲା ତାହା ଭିତର ପାର୍ଶ୍ୱରୁ ବନ୍ଦ ଥିଲା । ଆଶଙ୍କା କରାଯାଉଛି କି ଏହି ବ୍ୟକ୍ତିଙ୍କ ମୃତ୍ୟୁ ଦୁଇଦିନ ଦିନ ତଳେ ହୋଇସାରିଥିଲା । ସେ କିଛିଦିନ ହେଲା ଅସୁସ୍ଥ ଥିଲେ ବୋଲି ତାଙ୍କ ସାଙ୍ଗରେ କାମ କରୁଥିବା ଲୋକମାନେ କହୁଥିଲେ । ଏଯାବତ୍ ତ୍ରିଲୋକଙ୍କ ମୃତର କାରଣ ଅସ୍ପଷ୍ଟ ରହିଛି । ତେବେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୃତଘାତ ହେତୁ ହୋଇଥିବା କୁହାଯାଉଛି । ତେବେ ଏହି ବ୍ୟକ୍ତି ରହୁଥିବା କୋଠରୀରୁ ଦୁର୍ଗନ୍ଧ ଆସିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।