ଟ୍ରେନର ଏସି ବଗି ଛାତରୁ ପଡିଲା ରକ୍ତ ! ଯାଞ୍ଚ ପରେ ସାମ୍ନାକୁ ଆସିଲା ଭୟଙ୍କର ସତ ।

35

ନୂଆଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ତେଲେଙ୍ଗାନା ଏକ୍ସପ୍ରେସରେ ରାତି ଅଧରେ ମିଳିଲା ଏକ ମୃତ ଦେହ । କିଛି ସମୟ ଧରି ଟ୍ରେନରେ ଖେଳିଯାଇଥିଲା ଆତଙ୍କ । ମୃତଦେହଟି ଦୁଇଟି ଏସି ବଗିର ମଝିରେ ବଫର ଉପରେ ଏକ ଅଖା ଭିତରେ ବନ୍ଦ କରାଯାଇ ରଖାଯାଇଥିଲା । ସୂଚନା ଅନୁଯାୟୀ, ୧୨୭୨୪ ତେଲେଙ୍ଗାନା ଏକ୍ସପ୍ରେସ ସୋମବାର ରାତି ୧୨ ଟାରେ ଝାନ୍ସି ଷ୍ଟେସନରୁ ଭୋପାଳ ଅଭିମୁଖେ ବାହାରିଥିଲା । ଏହା ମଧ୍ୟରେ ନିଜ ପତ୍ନୀଙ୍କ ସହ ଏସି କୋଚ ବି ୪ରେ ଯାତ୍ରା କରୁଥିବା ଫରିଦାବାଦର ଜଣେ ବ୍ୟକ୍ତି ସେହି କୋଚରେ ଥିବା ଆଉ ଜଣେ ବ୍ୟକ୍ତିଙ୍କ ଉପରେ ବ୍ୟାଗ ଚୋରିର ଅଭିଯୋଗ ଆଣିଥିଲେ ।

ପ୍ୟାସେଞ୍ଜର ମାନଙ୍କର ସୂଚନା ଅନୁଯାୟୀ, ଝାନ୍ସି ପୂର୍ବରୁ କରାରୀ ଷ୍ଟେସନ ପାଖରେ ଆଉଟର ଠାରେ କିଛି ବ୍ୟକ୍ତି ତିନିଟି ସୁନା ମୁଦି ଏବଂ କପଡା ଥିବା ଏକ ବ୍ୟାଗ ଚୋରି କରିନେଇଥିଲେ । ଯେତେବେଳେ ସେ ଚୋରମାନଙ୍କ ପଛରେ ଦୌଡିଥିଲେ, ସେତେବେଳେ ଚୋରି କରିଥିବା ଅଭିଯୁକ୍ତ ମାନେ ତାଙ୍କୁ ଗୁଳି ମାରିଦେବା ନେଇ ଧମକ ମଧ୍ୟ ଦେଇଥିଲେ । ଏହାପରେ ଟ୍ରେନରେ ଉପସ୍ଥିତ ଥିବା ରେଳବାଇ ପୋଲିସ ଚୋରଙ୍କୁ ଧରିବା ପାଇଁ ଯାଇଥିଲେ ।

ଏହା ମଧ୍ୟରେ ଏସି କୋଚ ବି୪ ଏବଂ ବି୩ କୁ ଯୋଡୁଥିବା କପଲିଙ୍ଗ ବଫରରୁ ରକ୍ତ ବୁନ୍ଦା ପଡୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ସାଙ୍ଗେ ସାଙ୍ଗେ ରେଳବାଇ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ଏହାପରେ ପୋଲିସ କଣ୍ଟ୍ରୋଲ ରୁମକୁ ଖବର ଦେବା ପରେ ବିଳମ୍ବିତ ରାତିରେ ଲଳିତପୁର ଷ୍ଟେସନ ଠାରେ ଟ୍ରେନକୁ ଅଟକାଯାଇଥିଲା । ଏହାପରେ ବଗି ଉପରେ ଏକ ଧଳା ରଙ୍ଗର ଅଖା ଥିବା ରେଳବାଇ ପୋଲିସ ଦେଖିବାକୁ ପାଇଥିଲେ । ଯେଉଁଥିରେ ରକ୍ତ ଲାଗିଥିଲା । ଯେତେବେଳେ ଅଖାଟିକୁ ଖୋଲାଯାଇଥିଲା, ସେତେବେଳେ ରକ୍ତରେ ଭିଜିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା । ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କର ମୁହଁ ଦେଖିଲେ ତାଙ୍କୁ ଚିହ୍ନି ହେଉନଥିଲା । ଲଳିତପୁର ଜିଆରପି ଥାନା ଅଧିକାରୀ ସଞ୍ଜୟ ସିଂହ କହିଛନ୍ତି, ସିଟିଆଇର ସୂଚନା ଆଧାରରେ ମାମଲା ଦାୟର କରାଯାଇ ଏହାର ତଦନ୍ତ କରାଯାଉଛି ।