ବଦଳୁଛି ସମୁଦ୍ରର ରଙ୍ଗ ! କେତେବେଳେ ଗୋଲାପୀ ତ କେତେବେଳେ ସବୁଜ । ରଙ୍ଗୀନ ସମୁଦ୍ର ଓ ତା କାହାଣୀ

84

ସମୁଦ୍ର ଗୋଟିଏ ହେଲେ ପାଣିର ରଙ୍ଗ ଦୁଇଟି । ଏଭଳି ବିଚିତ୍ର ଦୃଶ୍ୟ ପୁଣିଥରେ ସାମ୍ନାକୁ ଆସିଛି । ଚୀନ ଡ଼େଡ ସି ବା ମୃତ ସାଗରରେ ପାଣିର ରଂଗ ଗୋଲାପୀ ଓ ସବୁଜକୁ ପରିବର୍ତିତ ହୋଇଛି । ସାଧାରଣତଃ ଏହି ରଂଗ ପ୍ରକୃତରି ନିୟମ ଅନୁସାରେ ପରିବର୍ତନ ହୋଇଥାଏ । କେତେବେଳେ ଏହା ଦେଖିବାକୁ ଗୋଲାପି ଓ ସବୁଜ ରଙ୍ଗର ହୋଇଥାଏ ତ ଅନ୍ୟ କେତେବେଳେ ଲାଲ ଏବଂ ସବୁଜ ରଙ୍ଗରେ ବଦଳିଥାଏ ପାଣି ।

china sea_1065ସମୁଦ୍ର ପାଣିର ରଂଗ ବଦଳିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ମନରେ ବେଶ ଆଗ୍ରହ ଦେଖାଦେଇଛି । ୫୦୦ ଶହ ମିଲିୟନ ବର୍ଷର ଏହି ସମୁଦ୍ରରେ ଏଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳେ । ସ୍ୱାଭାବିକ ଭାବେ ଏଭଳି ଘଟଣା ସମୁଦ୍ରରେ ଦେଖିବାକୁ ମିଳେ । ସବୁଠାରୁ ବଡ଼ କଥା ହେଉଛି ଏହି ସମୁଦ୍ରରେ କେହି ବୁଡ଼ନ୍ତି ନାହିଁ । ଏହି ସାଗରର ଗୋଟିଏ ପାଶ୍ୱର୍ ନୀଳ ଦେଖା ଯାଉଥିବା ବେଳେ ଅନ୍ୟ ପାଶ୍ୱର୍ଟି ସବୁଜ ଦେଖାଯାଏ । ଡ଼ାୟନାଲେଲା ସଲିନା ନାମକ ଶୈବାଳ ଏହି ସମୟରେ ଏପରି ଶୈବାଳ ତିଆରି କରନ୍ତି, ଯାହାଫଳରେ ୧୨୦ ବର୍ଗ କିଲୋମିଟର ସମୁଦ୍ରକୁ ଏପରି ଶୈବାଳ ଗୋଲାପୀ ରଙ୍ଗ କରିବା ଅନ୍ୟ ପାଖକୁ ସବୁଜ ରଙ୍ଗରେ ପରିବର୍ତ୍ତିତ କରିବାରେ ସହାୟକ ହେଇଥାଏ ।

foto_3ସମୁଦ୍ରରେ ଏଭଳି ଦୁଇ ପ୍ରକାର ରଙ୍ଗ ବର୍ଷ ବର୍ଷ ଧରି ଦେଖିବାକୁ ମିଳେ । କେବଳ ଶୀତ ଦିନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ ନାହିଁ । ଏହି ସମଦ୍ର ଗତବର୍ଷ ବେଶ ଚର୍ଚ୍ଚାରେ ରହିଥିଲା । କାରଣ ଏକ ଶୈବାଳ ଯୋଗୁଁ ସମୁଦ୍ରର ଜଳ ସମ୍ପୂର୍ଣ୍ଣ ଭାବେ ଲାଲ ହୋଇଯାଇଥିଲା । ଏହି ସମୟରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏହି ମନୋରମ ଦୃଶ୍ୟ ଦେଖିବାକୁ ଆସିଥିଲେ । ୪୦୦୦ ବର୍ଷ ଧଣି ଏହି ସମଦ୍ରରୁ ଲୁଣ ଉତ୍ପାଦନ କରାଯାଉଛି । ଏବେ କେବଳ ଶିଳ୍ପ ଓ କାରଖାନା ପାଇଁ ଏଠାରୁ ଲୁଣ ଉତ୍ପାଦନ କରାଯାଉଛି ।