ଭୁବନେଶ୍ୱର କୁଆଖାଇ ନଦୀ ପୀଠରୁ ମୃତ ଦେହ ଠାବ

45

ଭୁବନେଶ୍ୱର : ଭୁବନେଶ୍ୱର କୁଆଖାଇ ନଦୀ ପୀଠରୁ ଏକ ମୃତ ଦେହ ଠାବ ହୋଇଛି । ମୃତକ ଜଣକ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳର ରାଜେନ୍ଦ୍ର ଗିରି ବୋଲି ଜଣା ପଡିଛି । ରାଜେନ୍ଦ୍ର ଜଣେ କାର ଚାଳକ । ସେ ଭୁବନେଶ୍ୱର ମୈତ୍ରିବିହାର ଅଂଚଳରେ ରହୁଥିଲେ । ତେବେ ଘଟଣା ସ୍ଥଳରୁ ତାଙ୍କ ଇଣ୍ଡିଗୋ କାରଟିକୁ ପୁଲିସ ଜବତ କରିଛି । ଏହାସହ ଶବ ବ୍ୟବଚ୍ଚେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ତେବେ ଜବତ କାରଟିର ଗୋଟିଏ ପଟ ଦୃର୍ଘଟଣା ଗ୍ରସ୍ତ ହୋଇଥିବାବେଳେ କାରର ୩ଟି ଟାୟାରକୁ ପମ୍ପଚର ହୋଇଥିବା ଦେଖିବାକୁ ମିଳିଛି ।