ଶବ ପାଇଁ ମିଳିଲାନି କାନ୍ଧ , ସଂସ୍କାର ପାଇଁ ଝିଅର ମୃତଦେହକୁ ଟ୍ରଲିରେ ଶ୍ମଶାନ ନେଲେ ଅସହାୟ ବାପା

26

ରାୟଗଡା : ଶବ ନେବାକୁ ମିଳିଲାନି କାନ୍ଧ । ବାଧ୍ୟ ହୋଇ ଟ୍ରଲି ରିକ୍ସାରେ ଶ୍ମଶାନ ନେଲେ ଅସହାୟ ବାପା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ । ପରିବାର କିମ୍ବା ସଂପର୍କୀୟ ପାଖରେ ନଥିବା ବେଳେ ପାଖ ପଡୋଶୀ ବି କାନ୍ଧ ଦେବାକୁ ଆସିଲେନି । ଫଳରେ ଏକ ଭଡ଼ା ଡ୍ରଲିରେ ଶବକୁ ଶ୍ମଶାନ ନେଲେ ବାପା । କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ଏକ ପରିବାର ମୁନିଗୁଡ଼ା ଦୁବେ ସାହିରେ ରହି ଆସୁଥିଲେ । ଗତକାଲି ରୋଗଗ୍ରସ୍ତ ଝିଅର ମୃତୁ୍ୟ ହୋଇଥିଲା । ଆନ୍ଧ୍ରରୁ ଆସି ରହୁଥିବାରୁ ତାଙ୍କ ପରିବାରର କେହି ସଂପର୍କୀୟ ନଥିଲେ ମୁନିଗୁଡ଼ାରେ । ଫଳରେ ଶବ ସକ୍ରାର ପାଇଁ ୪ କାନ୍ଧ ଯୋଗାଡ ହେଇପାରିଲାନି । ଶେଷରେ ଏକ ଭଡ଼ା ଡ୍ରଲିରେ ଶବକୁ ନେଇ ସକ୍ରାର କରିଛନ୍ତି ।