ରାଲି ଆଗରେ ଫିକା ପଡିଲା ସିଆରପିଏଫ୍ ଇନ୍ସପେକ୍ଟରଙ୍କ ବଳିଦାନ ! ଫୁଲ ଚଢ଼ାଇବା ପାଇଁ ପହଂଚିଲେନି କୌଣସି ମନ୍ତ୍ରୀ

853

ଜାମ୍ମୁ-କାଶ୍ମୀରର ହିନ୍ଦୱାଡାରେ ଆତଙ୍କବାଦୀଙ୍କ ସହିତ ଏନକାଉଣ୍ଟରରେ ସହିଦ ହୋଇଥିବା ସିଆରପିଏଫ୍ ଇନ୍ସପେକ୍ଟର ପିଣ୍ଟୁ ସିଂହଙ୍କ ଶବ ରବିବାର ଦିନ ପାଟନା ପହଂଚିଲା । ପାଟନା ଏୟାରପୋର୍ଟରେ ପିଣ୍ଟୁଙ୍କ ପାର୍ଥିବ ଶରୀର ସକାଳ ୮ଟା ୧୫ ମିନିଟରେ ଅଣାଗଲା, କିନ୍ତୁ ଏହି ସମୟରେ ଶାସକ ଦଳର କୌଣସି ବି ଚେହେରା ଶବକୁ ଫୁଲ ଚଢ଼ାଇବା ପାଇଁ ଆସିଲେନି ।

ପାଟନା ଏୟାରପୋର୍ଟରେ ସହିଦ ପିଣ୍ଟୁ ସିଂହଙ୍କୁ ଏସଏସପି ଗରିମା ମଲ୍ଲିକଙ୍କ ସମେତ ସିଆରପିଏଫର ଅନ୍ୟ ବଡ ଅଧିକାରୀ ଶ୍ରଦ୍ଧାଂଜଳି ଦେଲେ, ଯାହା ପରେ ତାଙ୍କ ଶବ ହେଲିକପ୍ଟରରେ ତାଙ୍କ ପୈତୃକ ଗାଁ ବେଗୁସରାୟ ପଠାଗଲା । ପାଟନା ଏୟାରପୋର୍ଟରେ ସହିଦଙ୍କ ଶବକୁ ଶ୍ରଦ୍ଧାଜଂଳି ଦେବା ପାଇଁ ନା ମୁଖ୍ୟମନ୍ତ୍ରୀ ନା ତାଙ୍କ କ୍ୟାବିନେଟର କୌଣସି ସହଯୋଗୀ ସେଇଠି ଉପସ୍ଥିତ ଥିଲେ । ବିରୋଧର ଦଳରୁ କଂଗ୍ରେସ ପ୍ରଦେଶ ମଦନ ମୋହନ ଝାଙ୍କୁ ଛାଡି କୌଣସି ଅନ୍ୟ ନେତା ସେଇଠି ଉପସ୍ଥିତ ନଥିଲେ । ସହିଦ ପିଣ୍ଟୁଙ୍କ ଶବକୁ ନେବା ପାଇଁ ତାଙ୍କ ଭଉଣୀ ଓ ଭାଉଜ ଏୟାରପୋର୍ଟରେ ଉପସ୍ଥିତ ଥିଲେ ।