ଈଶ୍ୱରଙ୍କ ଦରବାରରେ କୁନି ଭକ୍ତର ହତ୍ୟା ! ଧର୍ମପୀଠ ଛାତ ଉପରୁ ମିଳିଲା ୭ ବର୍ଷୀୟା କୁନି ଝିଅର ମୃତଦେହ ।

34

ଗାଜିଆବାଦ ଜିଲ୍ଲାର ମୁରାଦନଗର କୋଟ୍ ମହଲ୍ଲାରେ ଜଣେ ୭ ବର୍ଷୀୟା କୁନି ଝିଅର ଦତ୍ୟା ମାମଲା ସାମ୍ନାକୁ ଆସିଛି । ଏହି କୁନି ଝିଅଟିକୁ ପ୍ରଥମେ ଅପହରଣ କରାଯାଇ ପରେ ହତ୍ୟା କରାଯାଇଥିଲା ଏବଂ ମୃତ ଶରୀରକୁ ଏକ ମସଜିଦର ଛାତରେ ଲୁଚାଇ ଦିଆଯାଇଥିଲା । ତେବେ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏହି ଛୋଟ ଝିଅଟି ଶନିବାର ଠାରୁ ନିଖୋଜ ଥିଲା । ରବିବାର ସକାଳେ ଅର୍ଥାତ୍ ଆଜି ଝିଅଟିକୁ ନିକଟସ୍ଥ ମସଜିଦରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ଝିଅଟିକୁ ପ୍ରଥମେ ତଣ୍ଟି ଚିପି ପରେ ଚାକୁ ଭୁଷି ହତ୍ୟା କରିଥିବା ଖବର ଶୁଣିବାକୁ ମିଳୁଛି । ତେବେ ଝିଅଟିର ହତ୍ୟା କିଏ ଏବଂ କାହିଁକି କଲା ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଏ ନେଇ ପୋଲିସ୍ ସଂପର୍କୀୟ ଏବଂ ସାହି ପଡିଶାଙ୍କ ଉପରେ ସନ୍ଦେହ କରି ପଚରାଉଚରା ଜାରୀ ରଖିଛି ।