ଶବକୁ ମିଳିଲାନି ସମ୍ମାନ ! ଠେଲା ଗାଡିରେ ବୁହା ହେଲା ମୃତଦେହ

51

କନକ ବ୍ୟୁରୋ : ପୁଣି ଶବକୁ ଅସମ୍ମାନ । କଳାହାଣ୍ଡି ଜୟପାଟଣା ବ୍ଲକରେ ଠେଲା ଗାଡିରେ ବୁହା ହେଲା ଶବ । ଠେଲା ଗାଡିରେ ଶବ ବୋହିଛନ୍ତି ପରିବାର ଲୋକ । ପ୍ରାୟ ଦେଢ଼ କିଲୋମିଟରରୁ ଅଧିକ ବାଟ ଠେଲା ଗାଡିରେ ବୋହି ନେଇଛନ୍ତି ଲୋକେ । ଶବ ନେବା ପାଇଁ ମେଡିକାଲ କର୍ତ୍ତୁପକ୍ଷଙ୍କୁ ପରିବାର ଲୋକଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ଗାଡି ଯୋଗାଇ ଦେଇନଥିଲେ । ଫଳରେ ବାଧ୍ୟ ହୋଇ ମୃତ ଦେହକୁ ଠେଲା ଗାଡିରେ ବୋହି ବୋହି ନେଇଥିଲେ ପରିବାର ଲୋକ ।

ସୂଚନା ଅନୁଯାୟୀ, ଜୟପାଟଣାରେ ଦୁଇ ବାଇକ୍ ଧକା ହେବା ଫଳରେ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେହି ଯୁବକଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା । ମହାପ୍ରୟାଣ ଗାଡି ପାଇଁ ପୁଲିସକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା ବୋଲି ଅଭିଯୋଗ କରିଛନ୍ତି ଯୁବକଙ୍କ ସମ୍ପର୍କୀୟ ।