ପୁରୀ ଜିଲ୍ଲା ଯକ୍ଷ୍ମା ମେଡିକାଲରେ ଅଭାବନୀୟ ସ୍ଥିତି ! ତିନି ଦିନ ଧରି ପଡି ରହିଲା ଅଜଣା ଶବ

38

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟ ବିଭାଗ । ଚିକିତ୍ସା ଅବହେଳା ନୁହେଁ ମେଡିକାଲ ଭିତରେ ତିନି ଦିନ ଧରି ପଡିରହିଛି ମୃତଦେହ । ୱାର୍ଡ ଭିତରେ ମୃତଦେହ ପଡି ରହିଥିବା ବେଳେ ଚିକିତ୍ସିତ ହେଉଥିବା ରୋଗୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଡାକ୍ତରଙ୍କୁ ଜଣାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାରେ ବିଳମ୍ବ କରିଥିବା ଅଭିଯୋଗ ହୋଇଛି । ଅଜଣା ମୃତଦେହ ବୋଲି ଏହାକୁ କେହି ଗୁରୁତ୍ୱ ଦେଇନଥିବା ୱାର୍ଡରେ ଥିବା ରୋଗୀଙ୍କ ସଂପର୍କୀୟ କହିଛନ୍ତି । ଫଳରେ ପୁରୀ ଜିଲ୍ଲା ଯକ୍ଷ୍ମା ହସ୍ପିଟାଲରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆଜି ଦିନ ପ୍ରାୟ ୯ଟା ବେଳେ ଏହି ଶବକୁ ଶବଗୃହକୁ ସ୍ଥାନାନ୍ତର କରାଯାଇଛି । ତେବେ କାହିଁକି ଅଜଣା ଶବ ବୋଲି ଏମିତି ୱାର୍ଡରେ ଦିନ ଦିନ ଧରି ପଡି ରହିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ ସରକାର ଅପରିଚିତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ଶବ ଦାହ ପାଇଁ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି । ତେବେ ଏ ନେଇ କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି । କିଛିଦିନ ତଳେ ତାଙ୍କୁ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏଠାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ଆଜି ସୁଦ୍ଧା ତାଙ୍କୁ ସେଠାରୁ ନିଆଯାଇ ନାହିଁ ।