ଅନ୍ତିମ ସଂସ୍କାରକୁ ବାକି ଥିଲା ଆଉ କିଛି ମୁହୂର୍ତ୍ତ ଚିତା ଉପରୁ ଉଠି ବସିଲେ ମହିଳା, ଆଉ ଜାଣନ୍ତୁ ତା’ପରେ ହେଲା କ’ଣ

70

କୋଲକାତା ସହରର ରାମକୃଷ୍ଣ ଶ୍ମଶାନରେ ଏକ ଚମତ୍କାର ହେଲା । ଯେମିତି ମୃତକଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଜୁଇରେ ଶୁଆଇ ଦେଇ ଉପରେ କାଠ ସଜାଗଲା, ତାଙ୍କ ଶରୀର ହଲିବାକୁ ଲାଗିଲା ଏବଂ ସେ କିଛି ମିନିଟ୍ ରେ ଉଠି କି ବସିଲେ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ର ଉତ୍ତର ୨୪ ପରଗନା ଜିଲ୍ଲାର ମଧ୍ୟମଗ୍ରାମରେ ରହୁଥିବା ଶିବାନୀ ବିଶ୍ୱାସ(୫୫)ଙ୍କୁ ମହାନଗରର ପ୍ରସିଦ୍ଧ ଆରଜି କର ସରକାରୀ ହସପିଟାଲରେ ଗତ ୧୧ ଜୁନ୍ ଭର୍ତ୍ତି କରାଯାଇଥିଲା । ସେ ଡାଇବେଟିସ୍ ରେ ପୀଡିତ ଥିଲେ । ହସପିଟାଲରେ ଭର୍ତ୍ତି କରାଯିବା ସମୟରେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିଲା । ଡାକ୍ତରମାନେ ୪ ଦିନ ପର୍ଯ୍ୟନ୍ତ ଲଗାତାର ଚିକିତ୍ସା କଲେ, କିନ୍ତୁ ୧୫ ଜୁନ୍ ସକାଳେ ତାଙ୍କୁ ଅଫିସିଆଲ୍ ଭାବେ ମୃତ ଘୋଷଣା କରିଦିଆଗଲା । ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ହସପିଟାଲ୍ ତରଫରୁ ତାଙ୍କ ପରିଜନଙ୍କ ହାତରେ ମୃତ୍ୟୁ ପ୍ରମାଣ ପତ୍ର ଦିଆଗଲା, ଯେଉଁଥିରେ ଲେଖା ଥିଲା କି ସକାଳ ୭ ଟା ୧୫ ରେ ଶିବାନୀଙ୍କ ମୃତ୍ୟୁ ହୋଇଯାଇଛି ।

କାନ୍ଦି କାନ୍ଦି ପରିଜନ ଶବ କୁ ମଧ୍ୟମଗ୍ରାମର ଇଷ୍ଟ ବଙ୍କିମ ପଲ୍ଲୀ ସ୍ଥିତ ଘରକୁ ନେଇଗଲେ । ସଧବା ହୋଇଥିବାରୁ ପୁରା ମୋହଲ୍ଲାରେ ମହିଳାମାନେ ସିନ୍ଦୁର ଲଗାଇ ଶିବାନୀଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ବିଦା କଲେ । କିନ୍ତୁ ତାଙ୍କୁ ଯମଲୋକରୁ ଫେରିବାର ଥିଲା । ତାଙ୍କୁ ରାମକୃଷ୍ଣ ଶ୍ମଶାନକୁ ନିଆଗଲା । ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଜୁଇରେ ସଜାଗଲା । ତାଙ୍କୁ ସେଥିରେ ଶୁଆଇବା ସମୟରେ ଜଣେ ବ୍ୟକ୍ତି ଶିବାନୀଙ୍କ ଶରୀର ଗରମ ହେଉଥିବାର ଅନୁଭବ କଲେ । କିଛି ସେକେଣ୍ଡ ପରେ ହାତ ହଲିବାକୁ ଲାଗିଲା ଏବଂ ତା’ପରେ ସେ ଉଠି କି ବସି ପଡିଲେ । ତାଙ୍କ ପରିବାର ଲୋକେ ଖୁସି ହୋଇଗଲେ । ଏହା ତାଙ୍କ ପରିବାର ଲୋକଙ୍କ ପାଇଁ ଚମତ୍କାର ହିଁ ଥିଲା । କିନ୍ତୁ ପୁଣି ଥରେ ହସପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।