କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ! ଶବକୁ ନେଇ ରାଜନୀତି ।

26

ହିମାଚଳ ପ୍ରଦେଶ ଏକ ଛୋଟ ରାଜ୍ୟ ହୋଇଥିବାରୁ ଏଠାରେ ଘଟୁଥିବା ପ୍ରତିଦିନର ଘଟଣା ଲୋକଲୋଚନକୁ ଖୁବ କମ ଆସିଥାଏ । କିନ୍ତୁ ସବୁ ରାଜ୍ୟ ଭଳି ଏଠାରେ ମଧ୍ୟ ରାଜନୀତିର ପ୍ରଭାବ ବେସ ଭଲ ଭାବରେ ଦେଖିବାକୁ ମିଳିଛି । ଏଥର ଏଭଳି ଏକ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି , ଯାହା ବାସ୍ତବିକ ଏକ ଲଜ୍ଜା ବିଷୟ ପାଲଟିଛି । ହିମାଚଳର କାଂଗଡା ସହରରେ ଗତ ୯ ତାରିଖ ଦିନ ଏକ ସ୍କୁଲ ବସ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ୨୭ ଜଣ ମୃତ୍ୟୁବରଣ କରିଥିଲେ । ସେଥି ମଧ୍ୟରୁ ୨୩ ଜଣ ଛୋଟ ପିଲା ଥିଲେ । ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା କୋମଳମତି ଶିଶୁଙ୍କ ମର ଶରିରକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ମିଡିଆ ରିପୋର୍ଟ ଅନୁସାରେ ଗତ ୯ ତରିଖ ଦିନ ଏକ ସ୍କୁଲ ବସ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ମୃତ୍ୟୁ ବରଣ କରିଥିବା ଶିଶୁଙ୍କ ଶବ ବ୍ୟବଛେଦ ପଇଁ ପଠା ଯାଇଥିଲା । ଶବ ବ୍ୟବଛେଦ ପରେ ମୃତ ଶରିରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥାନ୍ତା । କିନ୍ତୁ ପରିବାର ଲୋକେ ତାଙ୍କ ନିଜ ନିଜ ପିଲାଙ୍କ ଶବ ନେବା ପାଇଁ ଡାକ୍ତରଖାନା ବାହାରେ ଅପେକ୍ଷା କରି ୩ ଘଣ୍ଟା ବିତିଯାଇଥିଲେ ମଧ୍ୟ ପରିବାର ଲୋକେ ଶବ ପାଇପାରି ନଥିଲେ । ୩ ଘଣ୍ଟା ଅପେକ୍ଷା କରିବା ପରେ ଲୋକ ମାନେ ଜାଣିବାକୁ ପାଇଥିଲେ ମୁଖ୍ୟମନ୍ତ୍ରୀ ଆସି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଫଟୋ ଉଠାଇବା ପରେ ଶବ ଗୁଡିକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଜିବ ।

ସବୁଠୁ ବଡ ଲଜ୍ଜା ବିଷୟ ଥିଲା , ସିଏମ ଆସିବା ଜାଣି ସମସ୍ତ ପ୍ରକାର ବ୍ୟବସ୍ଥାର ଆୟୋଜନ କରାଯାଇଥିଲା । ଯେପରିକି ସିଏମ ଭାଷଣ ଦେବା ପାଇଁ ପେଣ୍ଡାଲ , ମାଇକ, ସ୍ପିକରର ବ୍ୟବସ୍ଥା କରାଯାଇଥିଲା । ଏବଂ ଲୋକଙ୍କୁ ଏହା କହି ରୋକାଯାଇଥିଲା କି ମୁଖ୍ୟମନ୍ତ୍ରୀ ଆସିବେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କ୍ଷତିପୁରଣ ମଧ୍ୟ ଦେବେ । କେବଳ ସେତିକି ନୁହେଁ ଯେଉଁ ମୃତ ଶରିର ଗୁଡିକୁ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା ସେ ଶବ ଗୁଡିକୁ ପୁନର୍ବାର ନୁରପୁର ମେଡିକାଲ ଅଣା ଯାଇଥିଲା ।

ସୂଚନା ଅନୁଯାୟୀ ଯେତେବେଳେ ମିଡିଆ ମୁଖ୍ୟ ମନ୍ତ୍ରୀଙ୍କୁ ଏହି ଘଟଣା ସମ୍ପର୍କରେ ପଚାରିଲେ , ମୁଖ୍ୟମନ୍ତ୍ରୀ କହିଥିଲେ ସେ ଜାଣି ନଥିଲେ ପିଲା ମାନଙ୍କ ଶବ ସକ୍ରାର ନକରି ରଖାଯାଇଛି । ସେ କେବଳ ଏତିକି ଜାଣିଥିଲେ ତାଙ୍କୁ ମେଡିକାଲ ଆସିବାର ଅଛି ।