ପୁରୁଣା ହଟିବ, ନୂଆ ଆସିବ ! ବଦଳିବ ଦୂରଦର୍ଶନର ଲୋଗୋ ,ଏଥିପାଇଁ ଜାରି ହେଲା ଡିଜାଇନ୍ ପ୍ରତିଯୋଗିତା

18

ଏବେ ବଦଳିବ ଲୋକପ୍ରିୟ ଦୂରଦର୍ଶନର ଲୋଗୋ । ଏଥିପାଇଁ ଆରମ୍ଭ ହୋଇଛି ଲୋଗୋ ପ୍ରତିଯୋଗିତା । ୧୯୫୯ ମସିହା ଠାରୁ ଦୂରଦର୍ଶନରେ ବ୍ୟବହୃତ ହୋଇଥିବା ଲୋଗୋ ଏବେ ବଦଳିଯିବ । ସାରା ଦେଶରେ ଦୂରଦର୍ଶନର ୨୩ ଚ୍ୟାନେଲ ପ୍ରସାରିତ ହେଉଅଛି । ଏବେ ଏଇ ଦୂରଦର୍ଶନ ଲୋଗୋକୁ ନେଇ ଜାରି ହୋଇଛି ପ୍ରତିଯୋଗିତା । ବିଜେତାଙ୍କୁ ଦିଆଯିବ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି । ଦୂରଦର୍ଶନ ଓ ଏହାର ଲୋଗୋ ଦେଶରେ ଏକ ଚିରପରିଚିତ ନିର୍ଦ୍ଦିଷ୍ଟ ପିଢିରୁ ରହିଆସିଛି । ଏବେ ଦେଶର ଲୋକସଂଖ୍ୟାରେ ୩୦ ବର୍ଷରୁ କମ୍ ବୟସର ଲୋକଙ୍କ ସଂଖ୍ୟା ଅଧିକ । ସେମାନେ ଚାହୁଁଛନ୍ତି ନୂତନତ୍ୱ । ସେହି ଏକା ସ୍ମୃତିକୁ ସେମାନେ ସେୟାର କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହି ନୂଆ ପିଢିର ଯୁବକ ଦୂରଦର୍ଶନର ସେହି ପୁରୁଣା ପିଢି ସହ ତାଳଦେଇ ଚାଲିବାକୁ ପ୍ରସ୍ତୁତ ନୁହଁନ୍ତି । ଏହା କହିଛନ୍ତି ପ୍ରସାର ଭାରତୀର ଚିଫ୍ ଏଜକକେଟିଭ୍ ଅଫିସର ଶଶି ଏସ ଭେମ୍ପତି , ଯିଏକି ଦୂରଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓକୁ ପରିଚାଳନା କରନ୍ତି ।

ଏହା ଦୂରଦର୍ଶନର ଏକ ନୂଆ ପ୍ରୟାସ । ନୂଆ ପିଢିକୁ ଦୂରଦର୍ଶନ ସହ ଯୋଡିବାର ଏକ ଅଭିନବ ପ୍ରକ୍ରିୟା । ନୂଆ ଡିଜାଇନର ଲୋଗୋ ପ୍ରସ୍ତୁତ କରି ଦେବାର ଶେଷ ତାରିଖ ରଖାଯାଇଛି ଅଗଷ୍ଟ୧୩ । ଆଉ ଯେଉଁ ବ୍ୟକ୍ତିଙ୍କର ସବୁଠୁ ଅଧିକ ଗ୍ରହଣୀୟ ହେବ ବିଜେତା ଘୋଷଣା କରାଯିବ ।           (ସୈାଜନ୍ୟ- ଦ ହିନ୍ଦୁ)