PUBG ସମେତ ଏହି ମୋବାଇଲ ଗେମ୍ ଗୁଡିକୁ ଘାତକ ବୋଲି କହିଲେ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ, ସ୍କୁଲ ଗୁଡିକୁ ଜାରି କଲେ ନିର୍ଦ୍ଦେଶ

86

ଧୀରେ ଧୀରେ ସ୍ମାର୍ଟଫୋନର ବ୍ୟବହାର ବଢ଼ି ବଢ଼ି ଚାଲିଛି । ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ଯୁବକ-ଯୁବତୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ଛୋଟ ପିଲାମାନେ ସ୍ମାର୍ଟଫୋନକୁ ଗେମ୍ ଖେଳିବାରେ ଅଧିକ ବ୍ୟବହାର କରୁଛନ୍ତି । ଅଧିକ ଗେମ୍ ଖେଳିବା ଦ୍ୱାରା ପିଲାମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଯାଉଛି । ବେଳେବେଳେ ଏହି ଗେମ୍ ପିଲାମାନଙ୍କ ଜୀବନ ମଧ୍ୟ ନେଇଥିବା ଦେଖାଯାଇଛି ।

ଏ ସବୁକୁ ଆଖି ଆଗରେ ରଖି ଦିଲ୍ଲୀ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ(ଡିସିପିସିଆର୍) ପବଜି, ଫୋର୍ଟନାଇଟ୍, ଗ୍ରାଣ୍ଡ ଥେପ୍ଟ ଅଟୋ, ଗଡ୍ ଅଫ୍ ଓ୍ଵାର, ହିଟମ୍ୟାନ୍, ପ୍ଲାଗ୍ୟୁ ଆଏନସି ଏବଂ ପୋକମ୍ୟାନ୍ ଭଳି ଅନଲାଇନ୍ ଗେମକୁ ହାନିକାରକ, ନକାରାତ୍ମକ ଏବଂ ମସ୍ତିଷ୍କରେ ପ୍ରତିକୂଳ ପ୍ରଭାବ ପକାଉଥିବା କହିଛନ୍ତି । ଯାହା ପାଇଁ ଡିସିପିସିଆର୍ ସବୁ ସ୍କୁଲକୁ ପ୍ରାର୍ଥନା ସମୟରେ ପିଲାମାନଙ୍କୁ ଏ ନେଇ ବୁଝାଇବା ସହ ମାତା-ପିତାଙ୍କୁ ଡ଼କାଇ ଏ ବିଷୟରେ ଆଲୋଚନା କରିବା ପାଇଁ ଆଦେଶ ଦେଇଛନ୍ତି । ଡିସିପିସିଆରର ସଦସ୍ୟ ରଞ୍ଜନା ପ୍ରସାଦ ଏ ନେଇ ଆଦେଶ ଦେଇଥିବା ଜଣାପଡ଼ିଛି । ତାଙ୍କ କହିବା ଅନୁଯାୟୀ, ଏଭଳି ଗେମ୍ ଖେଳି ପିଲାମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସୁଛି । ଯାହା ପାଇଁ ଠିକ୍ ସମୟରେ ଏହାକୁ ରୋକା ନଗଲେ, ଭବିଷ୍ୟତରେ ପରିସ୍ଥିତି ଗମ୍ଭୀର ହୋଇପାରେ ।