ଋଷି ମୃତ୍ୟୁ ରହସ୍ୟ ମାମଲା: ଭୁବନେଶ୍ୱର ଡିସିପି କହିଲେ,ବୟାନକାରୀଙ୍କୁ ଯୋଗାଇ ଦିଆଯିବ ସୁରକ୍ଷା

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଖୋଲିପାରେ ରିଷି ମହାନ୍ତି ମୃତ୍ୟୁ ରହସ୍ୟ । ରିଷିଙ୍କ ଭିସେରା ଓ ଶବ ବ୍ୟବଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ । ରିଷିଙ୍କ ଭିସେରା ରିପୋର୍ଟ ଆସିବା ପରେ ଏହି ମାମଲାର ତଦନ୍ତରେ ନୂଆ ମୋଡ ଆସିବା ସଂଭାବନା ଦେଖାଦେଇଛି । ତେବେ ଏହି ରିପୋର୍ଟ ଉପରେ ପ୍ରଥମେ ଡାକ୍ତରଙ୍କ ମତ ଲୋଡାଯିବ ବୋଲି କହିଛନ୍ତି ଡିସିପି । ଏହା ସହ ରିଷି ମୃତ୍ୟୁ ସଂପର୍କିତ ଘଟଣାରେ ଯଦି କେହି ବୟାନ ଦେବାକୁ ଚାହୁଁଥାନ୍ତି ଦେଇ ପାରିବେ । ବୟାନକାରୀଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।