ଝାରପଡା ଜେଲରେ ରାଗିଂ ନେଇ ପ୍ରତିକ୍ରିୟା ରଖିଲେ ଡିସିପି : କହିଲେ,ରଂଜନ ଦାସଙ୍କ କଥାର ସତ୍ୟତା ନେଇ ହେବ ତଦନ୍ତ

51

କନକ ବ୍ୟୁରୋ : ଝାରପଡା ଜେଲ ବାବଦରେ ସସ୍ୱିକ ମୁଖ୍ୟ ରଞ୍ଜନ ଦାସ ଦେଇଥିବା ମନ୍ତବ୍ୟର ତଦନ୍ତ କରିବ ପୋଲିସ । ଆଜି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିିସିପି । ଆବଶ୍ୟକ ହେଲେ ଜେଲରେ ଚଢାଉ ବି କରାଯିବ ବୋଲି ଡିସିପି କହିଛନ୍ତି ।

ଗତକାଲି ଜେଲରେ ଯନ୍ତ୍ରଣା ନୁହେଁ ଚାଲିଛି ମଉଜମଜଲିସ୍ ଚାଲିଛି ବୋଲି ସ୍ୱସ୍ତିକ ଇଣ୍ଡିଆ ଗ୍ରୁପର ମୁଖ୍ୟ ରଞ୍ଜନ ଦାସ, କନକ ନ୍ୟୁଜ ଆଗରେ କରିଥିଲେ ଖୁଲାସା । କିଭଳି ଜେଲରେ ଚାଲିଛି ମାଫିଆ ରାଜ ସେନେଇ ସୂଚନା ଦେଇଥିଲୋ କେବଳେ ଏତିକି ନୁହଁ ଜେଲ ଭିତରକୁ କଭଳି ମାଦକଦ୍ରବ୍ୟ ଯାଉଛି ସେନେଇ ମଧ୍ୟ ଖୁଲାସା କରିଥିଲେ ରଞ୍ଜନ ଦାସ ।