୨୪ ଘଣ୍ଟା ନୁହେଁ ଗୋଟିଏ ଦିନ ୨୫ ଘଣ୍ଟା ହେବ ! ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ ।

49

ପ୍ରତିଦିନର ବ୍ୟସ୍ତବହୁଳ ଜୀବନଯାପନ ମଧ୍ୟରେ ସମୟ କେତେବେଳେ ଆଗକୁ ଚାଲିଯାଏ ତାହା ଜଣାପଡିନଥାଏ । ସମୟ ଅଭାବରୁ ବେଳେ ବେଳେ ଆମର କାମ ଗୁଡିକ ଅଧାରେ ରହିଯାଇଥାଏ । ଏନେଇ ଲୋକ ମାନେ ବେଳେବେଳେ ଏପରି କିଛି କହିବାର ଶୁଣାଯାଇଥାଏ କି, ଗୋଟେ ଦିନ ୨୪ ଘଣ୍ଟା ନହୋଇ ୨୫ ଘଣ୍ଟା ହୋଇଥାନ୍ତା କି । ଯାହା ଦ୍ୱାରା ଆମର ଅଧା କାମ ପୁରା ହୋଇପାରନ୍ତା । ଯଦି ଆପଣ ମଧ୍ୟ ଏହି ଭଳି କିଛି ଭାବୁଛନ୍ତି ତେବେ ଜାଣିରଖନ୍ତୁ ଆପଣଙ୍କର ଏହି ସ୍ୱପ୍ନ ପୁରା ହେବାକୁ ଯାଉଛି । ଏହି ସମ୍ପର୍କରେ ବୈଜ୍ଞାନିକ ମାନେ ଦାବି କରି କହିଛନ୍ତି କି, ଆସନ୍ତା ବର୍ଷରେ ଦିନ ୨୪ ଘଣ୍ଟା ବଦଳରେ ୨୫ ଘଣ୍ଟା ହେବ ।

ଭୂଗର୍ଭଶାସ୍ତ୍ରୀୟଙ୍କ କହିବା ଅନୁସାରେ, ଚନ୍ଦ୍ରମା ଗତି ଦିନକୁ ଦିନ ମନ୍ଥର ହେବାରେ ଲାଗିଛି । ଯାହା ଫଳରେ ଦିନ ଲମ୍ବା ହେବାକୁ ଲାଗିଛି । ବହୁ ବର୍ଷ ହେବ ଚନ୍ଦ୍ରମା ଏବଂ ପୃଥିବୀ ପୃଷ୍ଠ ମଧ୍ୟରେ ଦୂରତା ଧିରେ ଧିରେ ବଢିବାରେ ଲାଗିଛି । ଠିକ ସେହିଭଳି ଚନ୍ଦ୍ରର ଗତି ମଧ୍ୟ ଧିରେ ଧିରେ ମନ୍ଥର ହେବାକୁ ଲାଗିଛି ଯାହା ଫଳରେ ଦିନ ଲମ୍ବା ହେବାରେ ଲାଗିଛି ।

ବୈଜ୍ଞାନିକମାନଙ୍କ ଆକଳନରୁ ଜଣାପଡିଛି ଯେ, ପ୍ରାୟ ୧.୪ ଅରବ ପୂର୍ବରୁ ଯେତେବେଳେ ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ ଦୂରତା କମ ଥିଲା ସେତେବେଳେ ଦିନ ୧୮.୧୪ ଘଣ୍ଟା ହେଉଥିଲା । ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ ବଢୁଥିବା ଦୂରତା ପାଇଁ ଦିନ ଧିରେ ଧିରେ ୨୪ ଘଣ୍ଟା ହୋଇଗଲା ଏବଂ ଏବେ ଏହି ପ୍ରକ୍ରିୟା ଜାରି ରହିଥିବାରୁ ବୈଜ୍ଞାନିକ ମାନେ ଦାବି କରି କହିଛନ୍ତି ଆସନ୍ତା ବର୍ଷରେ ଦିନ ୨୪ ଘଣ୍ଟା ବଦଳରେ ୨୫ ଘଣ୍ଟା ହେବ ।