ପୁଅର ଜନ୍ମ ପରେ ବେବୋ ମନାଇଛନ୍ତି କ୍ରିସମାସ ପାର୍ଟି

65

ପୁଅ ତୈମୁରର ଜନ୍ମ ପରେ ଏବେ କରୀନା ପାର୍ଟି କରିବା ମୁଡରେ ଆସିଗଲେଣି । କ୍ରିସମାସ ଉପଲକ୍ଷେ କରୀନା ଓ ସୈଫ୍‌ ନିଜର ଖାସ୍‌ ବନ୍ଧୁମାନଙ୍କ ସହ କ୍ରିସମାସ ପାର୍ଟିର ମଜା ନେଇଛନ୍ତି । ପୁଅର ଜନ୍ମ ପରେ ଉଭୟ କରୀନା ଏବଂ ସୈଫ୍ ବହୁତ ଖୁସି ଅଛନ୍ତି ।

କପୁର ଲଳନା କରୀନା ବର୍ତମାନ ମା ହହେବାର ଖୁସିକୁ ସାଉଁଟୁଛନ୍ତି । ଏହି ପାର୍ଟିକୁ କରୀନା ଲାଲ୍‌ ରଙ୍ଗର ଗାଉନ୍‌ ପିନ୍ଧି ଆସିଥିଲେ । ଏହି ଗାଉନରେ ସେ ଖୁବ୍‌ ଆକର୍ଷଣୀୟ ମଧ୍ୟ ଦେଖାଯାଉଥିଲେ ।

ମା’ ହେବା ପରେ ଏହା ଥିଲା କରୀନାଙ୍କ ପ୍ରଥମ ପାର୍ଟି, ଯାହାର ସେ ଖୁବ୍‌ ମଜା ମଧ୍ୟ ଉଠାଇଛନ୍ତି । ପାର୍ଟିରେ କରୀନାଙ୍କ ସହ ତାଙ୍କ ଭଉଣୀ କରିସ୍ମା ଏବଂ ଦୁଇ ସାଙ୍ଗ ଅମୃତା ଓ ମଲାଇକା ମଧ୍ୟ ଉପସ୍ଥିତ ଥିଲେ ।