ହିମାଚଳପ୍ରଦେଶ,ଗୁୁଜୁରାଟ ବିଧାନସଭା ନିର୍ବାଚନର କାଲି ରେଜଲ୍ଟ ! ଜିତିବା ନେଇ ଆଶାବାଦୀ କଂଗ୍ରେସ ଓ ବିଜେପି

31

କନକ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ଗୁଜରାଟ ରେଜଲ୍ଟ । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି । କାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଗୁଜରାଟରେ ଚଳିତମାସ ୯ ଓ ୧୪  ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇଥିଲା ।

ଗୁଜରାଟ ଫଳାଫଳକୁ ୨୦୧୯ ନିର୍ବାଚନ ପୂର୍ବର ସେମିଫାଇନାଲ ବୋଲି କୁହାଯାଉଛି । ମୋଦିଙ୍କ ପାଇଁ ଏହି ଭୋଟ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇଛି । ପ୍ରଚାରବେଳେ ଏହି ଦୁଇ ନେତା ଗୁଜରାଟରେ ଧୂଆଁଧାର ପ୍ରଚାର କରିଥିଲେ ।

ଗୁଜରାଟକୁ ବିଜେପିର ଗଡ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହଙ୍କ ଘରୋଇ ରାଜ୍ୟ ହେଉଛି ଗୁଜରାଟ । ତେଣୁ ୨୦୧୪ ନିର୍ବାଚନ ପରେ ଗୁଜରାଟ ଫଳାଫଳକୁ ବେଶ ଗୁରୁତ୍ୱ ଦିଆଯାଉଛି ।  ଗୁଜରାଟ ରେଜଲ୍ଟ ହିଁ ୨୦୧୯ ସାଧାରଣ ନିର୍ବାଚନ ନେଇ ସଙ୍କେତ ଦେବ । ଏକ୍ଜିଟ ପୋଲରେ ବିଜେପି କ୍ଷମତାସୀନ ହେବ ବୋଲି ଅନୁମାନ କରାଯାଇଥିଲେ ବି ବିଜେପି-କଂଗ୍ରେସ ମଧ୍ୟରେ କଡା ଟକ୍କର ହେବା ସ୍ପଷ୍ଟ ହୋଇଛି ।