ବିକ୍ରି ହେଲା ଡନର ସମ୍ପତି ! ଜାଣନ୍ତୁ କିଏ ଓ କେତେ ଟଙ୍କାରେ କିଣିଲା ଦାଉଦର ସମ୍ପତି

49

ନିଲାମ ହେଲା ମୋଷ୍ଟ ୱାଂଟେଡ୍ ଅଣ୍ଡରୱାଲ୍ଡ ଡନ ଦାଉଦ ଇବ୍ରାହିମର ସମ୍ପତି । ମୁମ୍ବାଇରେ ଥିବା ୩ଟି ପ୍ରପର୍ଟିକୁ ସାଢେ ଏଗାର କୋଟି ଟଙ୍କାରେ ନିଲାମୀ କରାଯାଇଛି । ଦାଉଦର ଏହି ସମ୍ପତିକୁ କ୍ରୟ କରିଛି ମୁମ୍ବାଇର ବୁରହାନୀ ଟ୍ରଷ୍ଟ ।

delhi jaikaଦାଉଦର ହୋଟେଲ ରୋନକ ଅଫରୋଜ ବା ଦିଲ୍ଲୀ ଜାଇକା । ଏହି ହୋଟେଲ ଦିନେ ମୁମ୍ବାଇରେ ଥିଲା ସମ୍ଭାନ୍ତର ପ୍ରତୀକ । ଆଜି ଭଙ୍ଗାରୁଜା ଅବସ୍ଥାରେ ଥିବା ଏହି ହୋଟେଲକୁ ନିଲାମ କରିଦିଆଯାଇଛି । ସେହପରି ଡି କଂପାନୀର ସବନମ ଗେଷ୍ଟ ହାଉସ ଓ ଡମାରୱାଲା ବଙ୍ଗଳାକୁ ବି ନିଲାମ କରାଯାଇଛି । ଏହାଛଡା ନିଲାମ ହୋଇଛି ଓøରାଙ୍ଗାବଦରେ ଥିବା ଫ୍ଲାଟ ଓ ଦାଦରୀୱାଲାରେ ଥିିବା ବହୁମୂଲ୍ୟ ସମ୍ପତିି । ମୁମ୍ବାଇ ବିସ୍ଫୋରଣର ମୋଷ୍ଟ ୱାଂଟେଡ ଦାଉଦ ଇବ୍ରାହିମର ୩ଟି ସଂପତିକୁ ସାଢେ ୧୧ କୋଟି ଟଙ୍କାରେ ନିଲାମ କରାଯାଇଛି । ମହାରାଷ୍ଟ୍ର ସରକାର ଏହି ନିଲାମ କରିଥିବା ବେଳେ ଦାଉଦର ସଂପତିକୁ କିଣିଛି ସୈଫ ବୁରହାନୀ ଅଫଲିଫ୍ଟମେଂଟ ଟ୍ରଂଷ୍ଟ ବା ଏସବିୟୁଟି ।

ହୋଟେଲ ରୋନକ ଅଫରୋଜ ୨୦୦୩ ମସିହାରେ ମଧ୍ୟ ନିଲାମୀ ହୋଇଥିଲା । ବରିଷ୍ଠ ସାମ୍ବାଦିକ ବାଲକ୍ରିଷ୍ଣା ୩୦ ଲକ୍ଷ ଟଙ୍କା ଡିପୋଜିଟ ଦେଇ ନିଲାମୀ ଜିଣିଥିଲେ । ହେଲେ ୪ କୋଟି ବକେୟା ଟଙ୍କା ପଇଠ କରନପାରିବାରୁ ନିଲାମୀ ରଦ୍ଦ ହୋଇଯାଇଥିଲା । ପୂର୍ବରୁ ମୋଷ୍ଟ ୱାଣ୍ଟେଡ ଦାଉଦର କାର ମଧ୍ୟ ନିଲାମ କରାଯାଇଥିଲା । ଏହାକୁ ସେତେବେଳେ ସ୍ୱାମୀ ଚକ୍ରପାଣି ୩୨ ହଜାର ଟଙ୍କା ଦେଇ କିଣିଥିଲେ । ଯାହାକୁ ସେ ନିଲାମରୁ କିଣିସାରିବା ପରେ ନିଆଁ ଲଗାଇ ଦେଇଥିଲେ । ସେ ମଧ୍ୟ ଦାଉଦଙ୍କ ସମ୍ପତି କିଣିବାକୁ ପ୍ରୟାସ କରି ବିଫଳ ହୋଇଛନ୍ତି । ତେବେ ଏହି ନିଲାମୀ ପୂର୍ବରୁ ସେ କହିଥିଲେ, ଯଦି ସେ ଦାଉଦର ସମ୍ପତି କିଣନ୍ତି ତେବେ ଏଥିରେ ଶୌଚାଳୟ କରିବେ । ଏହାପରେ ତାଙ୍କୁ ହତ୍ୟା କରିବାକୁ ଦାଉଦ ଯୋଜନା କରିଥିଲା । ମୋଷ୍ଟ ୱାଣ୍ଟେଟ ଦାଉଦର ସବୁଠାରୁବଡ ଟାର୍ଗେଟ ପାଲଟି ଯାଇଥିଲା ସ୍ୱାମୀ ଚକ୍ରପାଣି ।

ସ୍ମଗଲିଂ ଓ ବୈଦେଶିକ ମୁଦ୍ରା ହେରଫେର ଆଇନ୍ ବା ସାଫେମା ଅନୁଯାୟୀ ଦାଉଦ ସଂପତି ନିଲାମ କରାଯାଇଛି । ୧୯୯୩ ମସିହା ମୁମ୍ବାଇ ବିସ୍ଫୋରଣ ପରେ ପାକିସ୍ତାନରେ ୨୪ ବର୍ଷ ଧରି ଲୁଚିରହିଛି ଦାଉଦ । ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ହେଉଛି ଦାଉଦ ଇବ୍ରାହିମ ।