ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମକୁ ଝଟକା ! ଭାରତ ଦେଇଥିଲା ତାଲିକା ଆଧାରରେ ସମସ୍ତ ସଂପତି ସିଲ୍ କଲେ ୟୁଏଇ

14

କନକ ବ୍ୟୁରୋ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମକୁ ଝଟକା । ସଂଯୁକ୍ତ ରାଷ୍ଟ୍ର ଏମିରେଟ୍ସ୍- ୟୁଏଇ ସରକାର ତାଙ୍କର ସମସ୍ତ ସଂପତିକୁ ସିଲ୍ କରିଦେଇଛି । ଭାରତଠାରୁ ଏହି ସଂପତି ତାଲିକା ପାଇବା ପରେ ଏଭଳି ଏକ ପଦକ୍ଷେପ ନେଇଛି ୟୁଏଇ ।

ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଏହି ତାଲିକା ୟୁଏଇକୁ ହସ୍ତାନ୍ତର କରିଥିଲେ । ଦାଉଦ ଏବେ ପାକିସ୍ତାନରେ ରହୁଥିବା କୁହାଯାଉଛି । ତାକୁ ଗିରଫ କରିବା ପାଇଁ ଭାରତ ୫୦ ଜଣିଆ ଏକ ସ୍ୱତନ୍ତ୍ର ଟିମ୍ କାମ କରୁଥିବା ସୂଚନା ମିଳିଛି ।