ଡନ୍ ଘରେ ଡକାୟତି : ମୋଷ୍ଟ ୱାଣ୍ଟେଡ୍ ଦାଉଦର ୪୦ କୋଟି ନେଇ ଫେରାର୍ ସହଯୋଗୀ

37

ଡନ୍ ଘରେ ଡକାୟତି । ସମସ୍ତଙ୍କୁ ଲୁଟୁଥିବା ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ୍ ଇବ୍ରାହିମ୍ ନିଜେ ହୋଇଛି ଲୁଟର ଶିକାର । ଆଉ ତାକୁ ଲୁଟିଥିବା ବ୍ୟକ୍ତି ଆଉ କେହି ନୁହେଁ ତାର ନିଜ ସହଯୋଗୀ ଖାଲିକ୍ ଅହମ୍ମଦ୍ । ଖାଲିକ୍ ଦିଲ୍ଲୀରୁ ଦାଉଦର ପ୍ରାୟ ୪୦ କୋଟି ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଛି । ଆଉ ଯାହାକୁ ଏବେ ପାଗଳ ପରି ଖୋଜୁଛି ଡନ୍ ଦାଉଦ୍ । ତେବେ କୁହାଯାଉଛି ଖାଲିକ୍ ଏବେ ମଣିପୁରରେ ଲୁଚିଛି । ଏହି ୪୦ କୋଟି ମଧ୍ୟରୁ ଅଧା ପାନାମା ବ୍ୟାଙ୍କରେ ରଖିଥିବା ବେଳେ ଆଉ ଅଧା ବିଜନେସରେ ଲଗାଇଛି ଖାଲିକ୍।

ତେବେ ଦାଉଦ ଘରେ ଡକାୟତି ହୋଇଥିବାର ପ୍ରମାଣ ସେତେବେଳେ ଜଣାପଡିଲା ଯେତେବେଳେ ଖାଲିକ୍ ଓ ପାକିସ୍ତାନରେ ଥିବା ଦାଉଦର ଆଉ ଜଣେ ସହଯୋଗୀ ଜବୀର ମୋତିଙ୍କ ସହ ହୋଇଥିବା କଥାବାର୍ତ୍ତା ଶୁଣିଥିଲା ଭାରତୀୟ ଏଜେନ୍ସି ।