ଜନ୍ମଦିନରେ ୱାର୍ନରଙ୍କ ଦମଦାର ସୋ । ଟି-୨୦ କ୍ୟାରିୟରରେ ହାସଲ କଲେ ପ୍ରଥମ ଅନ୍ତର୍ଜାତୀୟ ଶତକ ।

352

କନକ ବ୍ୟୁରୋ : ଆଜି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନରଙ୍କ ଜନ୍ମଦିନ । ଆଉ ଦିନରେ ଏକ ନୂତନ କୀର୍ତ୍ତିମାନ୍ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ଏହି ଓପନର ବ୍ୟାଟ୍ସମ୍ୟାନ୍ । ଡେଭିଡ ଓ୍ଵାର୍ଣ୍ଣର ନିଜ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ରବିବାର ହାସଲ କରିଛନ୍ତି । ଓ୍ଵାର୍ଣ୍ଣର ୫୬ଟି ବଲ୍‌ ଖେଳି ଅପରାଜିତ ଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆର ଓପନ୍‌ର ୧୦ଟି ଚୌକା ଓ ୪ଟି ଛକା ସହାୟତାରେ ଏହି ରନ୍‌ କରିଛନ୍ତି । ଅଷ୍ଟ୍ରେଲିଆ ୨୦ ଓଭରରେ ୨ଟି ଓ୍ଵିକେଟ ହରାଇ ୨୩୩ ରନ୍‌ କରିଥିଲା । ଟିମ୍‌ ପକ୍ଷରୁ ଆରୋନ ଫିଞ୍ଚ (୬୪ ରନ୍‌, ୩୬ ବଲ, ୮ ଚୌକା, ୬ ଛକା), ଗ୍ଲେନ ମ୍ୟାକ୍ସୱେଲ (୬୨ ରନ୍‌, ୨୮ ବଲ, ୭ ଚୌକା, ୩ ଛକା) ଓ ଅଷ୍ଟନ ଟର୍ଣ୍ଣନ ୧ ରନ୍‌ କରିଥିଲେ ।

ଓ୍ଵାର୍ଣ୍ଣରଙ୍କୁ ଆଉଟ କରିବାରେ ଶ୍ରୀଲଙ୍କାର ବୋଲରମାନେ ବିଫଳ ହୋଇଥିଲେ । ସମସ୍ତ ୨୦ ଓଭର ପର୍ଯ୍ୟନ୍ତ ଖେଳିବା ପାଇଁ ଓ୍ଵାର୍ଣ୍ଣର ଥିଲେ। ଅନ୍ୟ ଦିନ ତୁଳନାରେ ଆଜି ଓ୍ଵାର୍ଣ୍ଣର ଏକ ଭିନ୍ନ ଚିନ୍ତାରେ କ୍ରିଜ୍‌ରେ ଛିଡ଼ା ହୋଇଥିଲେ । ଶ୍ରୀଲଙ୍କାର ଲଖନ ସନ୍ଦକାନ ଓ ଦାସୁନ ଶନକା ୧-୧ ଓ୍ଵିକେଟ୍‌ ନେଇଥିଲେ । ଦ୍ୱିତୀୟ ଇନିଂସରେ ୨୩୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ୯ଟି ଓ୍ଵିକେଟ୍‌ ହରାଇ ୯୯ ରନ୍‌ ହାସଲ କରିଥିଲା ।