ବରୁଣଙ୍କ ମୁଣ୍ଡରେ ବୋତଲ ଭାଙ୍ଗିଲେ ବାପା ଡେଭିଡ୍ ଧାୱନ ! ଜାଣନ୍ତୁ ଘଟଣା ପଛର ସତ

31

ନିର୍ଦ୍ଦେଶକ ଡେଭିଡ୍ ଧାୱନ ନିଜ ପୁଅ ତଥା ଅଭିନେତା ବରୁଣ ଧାୱନଙ୍କ ମୁଣ୍ଡରେ ଭାଙ୍ଗିଛନ୍ତି କାଚ ବୋତଲ । ଏମିତି ଏକ ଭିଡିଓ ନିଜ ଟ୍ୱିଟରରେ ସେୟାର କରିଛନ୍ତି ବରୁଣ । ସଲମାନ ଖାନଙ୍କ ସିନେମା ଜୁଡଓାର ସିକ୍ୱେଲ ‘ଜୁଡଓା-ଟୁ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବରୁଣ । ଭିଡିଓ ସହ ବରୁଣ ଟ୍ୱିଟ୍ କରି କହିିଛନ୍ତି ଯେ ନିର୍ଦ୍ଦେଶକ କହନ୍ତି ସେ ବହୁତ ସଇତାନ କିନ୍ତୁ ଭଲ ଅଭିନେତା । ‘ଜୁଡଓା-ଟୁ’ର ସୁଟିଂ ଆରମ୍ଭ ହୋଇସାରିଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଡେଭିଡ୍ ଧାୱନ ।