ଆଇସିସି ସିଇଓଙ୍କ ବଡ ବୟାନ୍ ! କହିଲେ ୨୦୧୯ କ୍ରିକେଟ୍ ବିଶ୍ୱକପ୍ ବିଜେତା ପାଇଁ ଦାବେଦାର ଟିମ୍ ଇଣ୍ଡିଆ ।

253

କ୍ରିକେଟ୍ ଜଗତର ବଡ ଟୁର୍ଣ୍ଣାମେଣ୍ଟ ତଥା ୨୦୧୯ ବିଶ୍ୱକପ ପାଇଁ ସମସ୍ତ ଦେଶ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଚଳିତବର୍ଷ ଇଂଲଣ୍ଡଠାରେ ହେବାକୁ ଯାଉଥିବା ବିଶ୍ୱକପ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ସିଇଓ ଡେବ୍ ରିଚାର୍ଡସନ ଦେଇଛନ୍ତି ବଡ ବୟାନ । ସେ କହିଛନ୍ତି, ଚଳିତଥର ୨୦୧୯ ବିଶ୍ୱକପ ଟିମ୍ ଇଣ୍ଡିଆ ଜିତିବାର ଅଧିକ ସୁଯୋଗ ରହିଛି । ତେବେ ରିଚାର୍ଡସନ ଘରୋଇ ଇଂଲଣ୍ଡ ଏବଂ ଦକ୍ଷିଣଆଫ୍ରିକା ସହ ବିରାଟ ବାହିନୀକୁ ମଧ୍ୟ ବିଶ୍ୱକପ ଦାବେଦାର ଲିଷ୍ଟରେ ସାମିଲ କରିଛନ୍ତି ।

ଆଜି ଏକ ବିଶେଷ ସାମ୍ବାଦିକ ସମ୍ମିଳନୀରେ ରିଚାର୍ଡସନ କହିଛନ୍ତି, ୨୦୧୯ ବିଶ୍ୱକପରେ ଦୁନିଆର ଶ୍ରେଷ୍ଠ ୧୦ଟି ଦଳ ଭାଗ ନେବେ । ଭାରତ ଏବେ ଭଲ ଫର୍ମରେ ରହିଛି ଏବଂ ବିଶ୍ୱକପ ହାତେଇବାର ମଧ୍ୟ ଅଧିକ ସୁଯୋଗ ରହିଛି । ତେବେ ବିଶ୍ୱକପ କିଏ ଜିତିବ, ସେନେଇ ଭବିଷ୍ୟବାଣୀ କରି କହିବା ମୁସ୍କିଲ ହୋଇଥିବା ବେଳେ ଦିନିକିଆରେ ସର୍ବଶ୍ରେଷ୍ଠ ଦଳ ଭାବେ ଇଂଲଣ୍ଡ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ଏବଂ ଭାରତର ପ୍ରଦର୍ଶନ ମଧ୍ୟ ଜବରଦସ୍ତ ରହିଥିବା ରିଚାର୍ଡସନ କହିଛନ୍ତି ।